ମାଓବାଦୀଙ୍କ ଗୁଳିରେ ପୂର୍ବତନ ସରପଞ୍ଚ ମୃତ

ଫୁଲବାଣୀ : ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କ ଗୁଳି କରି ହତ୍ୟା କଲେ ମାଓବାଦୀ I ମୃତ ସରପଞ୍ଚ ହେଲେ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ସୁବଳ କହଁର I ସେ ନିଜ ପୈତୃକ ଗାଁ ସାଉଲିପଡା ସ୍ଥିତ ଘରେ ଶୋଇଥିବା ବେଳେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡ଼ାକିନେଇ ତାଙ୍କ ଘରଠାରୁ ୨୦୦ ମିଟର ଦୂର ଅଗଣାରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଗାଁଲୋକ […]

Samaya Live Picture
Published On

ଫୁଲବାଣୀ : ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କ ଗୁଳି କରି ହତ୍ୟା କଲେ ମାଓବାଦୀ I ମୃତ ସରପଞ୍ଚ ହେଲେ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ସୁବଳ କହଁର I ସେ ନିଜ ପୈତୃକ ଗାଁ ସାଉଲିପଡା ସ୍ଥିତ ଘରେ ଶୋଇଥିବା ବେଳେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡ଼ାକିନେଇ ତାଙ୍କ ଘରଠାରୁ ୨୦୦ ମିଟର ଦୂର ଅଗଣାରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଗାଁଲୋକ ଗୁଳି ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ ।

ସୁବଳ କହଁର ସୁମେରବନ୍ଧ ପଞ୍ଚାୟତ ଗଠନ ହେବା ପରେ ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ୱ ନେଇ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । ଏଥିପାଇଁ ପୂର୍ବରୁ ମଧ୍ୟ ସେ ମାଓବାଦୀଙ୍କ ଟାର୍ଗେଟରେ ଥିଲେ I ତେବେ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ସୁବଳଙ୍କୁ ହତ୍ୟା କରିଥିବା ତାଙ୍କ ସାନ ଭାଇ ସୁଦାମ କହଁର କହିଛନ୍ତି।

ଅନ୍ୟପଟେ ଘଟଣାସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋ ମିଟର ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ୍ୟ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନ ସାଧାରଣ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଉଲପଡା ଗାଁ ଭୟରେ ଜନଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି।

Tags: