ଉଠା ଦୋକାନକୁ ନେଇ ଗଣ୍ଡଗୋଳ ,ଜଣେ ମୃତ

ଭୁବନେଶ୍ୱର : ବାଣୀବିହାର ଛକରେ ଉଠା ଦୋକାନକୁ ନେଇ ହତ୍ୟାକାଣ୍ଡ I ଉଠା ପାନ ଦୋକାନ କରିଥିବା ସୌମ୍ୟ ରଞ୍ଜନ କୁଣ୍ଡୁ ଙ୍କୁ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଛନ୍ତି କାବୁ ଦାସ ଓ ପାଉଣୀ ଦାସ I ଏହି ଦୁଇ ଜଣଙ୍କ ସହ ସୌମ୍ୟ ଙ୍କର ପୂର୍ବରୁ ମଧ୍ୟ ଝଗଡା ହୋଇଥିଲା । ଘଟଣIନୁସାରେ , ମଙ୍ଗଳବାର ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଥିବା ଜଣ ପଡିଛି । ସୌମ୍ୟ ବାଣୀବିହାର ଛକ ଡିସିପି ଅଫିସ ସାମ୍ନାରେ […]

Samaya Live Picture
Published On

ଭୁବନେଶ୍ୱର : ବାଣୀବିହାର ଛକରେ ଉଠା ଦୋକାନକୁ ନେଇ ହତ୍ୟାକାଣ୍ଡ I ଉଠା ପାନ ଦୋକାନ କରିଥିବା ସୌମ୍ୟ ରଞ୍ଜନ କୁଣ୍ଡୁ ଙ୍କୁ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଛନ୍ତି କାବୁ ଦାସ ଓ ପାଉଣୀ ଦାସ I ଏହି ଦୁଇ ଜଣଙ୍କ ସହ ସୌମ୍ୟ ଙ୍କର ପୂର୍ବରୁ ମଧ୍ୟ ଝଗଡା ହୋଇଥିଲା ।

ଘଟଣIନୁସାରେ , ମଙ୍ଗଳବାର ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଥିବା ଜଣ ପଡିଛି । ସୌମ୍ୟ ବାଣୀବିହାର ଛକ ଡିସିପି ଅଫିସ ସାମ୍ନାରେ ଏକ ଉଠା ପାନ ଦୋକାନ କରିଥିଲେ । କାବୁ ଓ ପାଉଣୀ ଏହି ସ୍ଥାନ କୁ ନେଇ ତାକୁ ବିରୋଧ କରୁଥିଲେ। ଗତ କାଲି ବିଳମ୍ବିତ ରାତିରେ କାବୁ ଓ ପାଉଣୀ ମଦ ପିଇ ଆସି ସୌମ୍ୟଙ୍କ ସହ ବଚସା କରିଥିଲେ। ଏହି ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। କାବୁ ଓ ପାଉଣୀ ଧାରୁଆ ଅସ୍ତ୍ର ଓ ବାଉଁଶ ଫାଳିଆରେ ସୌମ୍ୟଙ୍କୁ ହାଣି ଦେଇଥିଲେ। ଏହାପରେ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେମାନଙ୍କର ଘର ପଥରବନ୍ଧ ବସ୍ତି ଓ ଧିରୀକୁଟି ବସ୍ତିରେ ବୋଲି ଜଣା ପଡିଛି ।
ଖବର ପାଇ ସହିଦ ନଗର ପୁଲିସ ଘଟଣାସ୍ଥଳ ରୁ ସୌମ୍ୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳ ରେ ପୋଲିସ ପହଂଚି ତଦନ୍ତ ଜାରି ରଖିବା ସହିତ ରାତି ସମୟରେ ପୋଲିସ ପହରା କୁ ଜୋରଦାର କରିଛି I