କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ଚୋରା ବନ୍ଧୁକ ବେପାରୀ ଗ୍ୟାଙ୍ଗ , ୫ ଗିରଫ
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ । ୫ ବନ୍ଧୁକ ବେପାରୀଙ୍କ ସମେତ ମୋଟ ୧୪ ଗିରଫ । ନାକା ଚେକିଂ ବେଳେ ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ପ୍ରଧାନ, ଭବାନୀ ପ୍ରସାଦ ମହାନ୍ତି, ଶେଖ ରହମତ ଅଲ୍ଲୀ, ମହମଦ ଜାକୀର ଓ ଦୀପକ ସାହୁ । ସେମାନଙ୍କ ପାଖରୁ ୫ଟି ବନ୍ଧୁକ, ୧୫ଟି ଜୀବନ୍ତ ଗୁଳି ସହ ନଗଦ ୮୪ ହଜାର ଟଙ୍କା […]
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ । ୫ ବନ୍ଧୁକ ବେପାରୀଙ୍କ ସମେତ ମୋଟ ୧୪ ଗିରଫ । ନାକା ଚେକିଂ ବେଳେ ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ପ୍ରଧାନ, ଭବାନୀ ପ୍ରସାଦ ମହାନ୍ତି, ଶେଖ ରହମତ ଅଲ୍ଲୀ, ମହମଦ ଜାକୀର ଓ ଦୀପକ ସାହୁ । ସେମାନଙ୍କ ପାଖରୁ ୫ଟି ବନ୍ଧୁକ, ୧୫ଟି ଜୀବନ୍ତ ଗୁଳି ସହ ନଗଦ ୮୪ ହଜାର ଟଙ୍କା ଜବତ ହୋଇଛି । ଅଭିଯୁକ୍ତମାନେ ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିଲେ । ଏକ ଡକାୟତି ଯୋଜନା କରିବାକୁ ଉଦ୍ୟମ କରୁଥିବାବେଳେ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ଗ୍ୟାଙ୍ଗ ।
ଏହାସହ ଅନ୍ୟ ଅପରାଧିକ ମାମଲାରେ ୯ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ତମାଣ୍ଡୋ, ମଞ୍ଚେଶ୍ବର ଓ ଏୟାରପୋର୍ଟ ଅଞ୍ଚଳର । ସେମାନଙ୍କ ନିକଟରୁ ୧୦୨ ଗ୍ରାମ ସୁନା ଜବତ ହୋଇଛି। ଚୋରିରେ ବ୍ୟବହୃତ ଗାଡିକୁ ମଧ୍ୟ ଜବତ କରାଯାଇଥିିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।




