କୋକେନ ତନାଘନା -୨୧ ଅଟକ
ପାରାଦୀପ : ଡିସେମ୍ବର ୧ ତାରିଖରେ ପାରାଦୀପର ଏକ ଜାହାଜରୁ ୫ କେଜିରୁ ଉର୍ଦ୍ଧ୍ବ କୋକେନ ଜବତ ଘଟଣା I ୨୧ ଜଣ କ୍ରିୟୁ ମେମ୍ବରଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ I ଏବେ ଏହାର ତଦନ୍ତ କଷ୍ଟମ୍ସ ବିଭାଗ କରୁଥିବା ବେଳେ ଆଗକୁ ଏନସିବି କିମ୍ବା ଏନ୍ଆଇଏକୁ ଦିଆଯାଇପାରେ । ସୂଚନାନୁସାରେ,ଗତକାଲି ପାରାଦୀପ ବନ୍ଦରରେ’MV ଦେବୀ’ନାମକ ଜାହାଜରୁ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା I ପରବର୍ତ୍ତୀ ଅବସ୍ଥାରେ ଯାଞ୍ଚ ପରେ ଏହା ନିଷିଧ […]
ପାରାଦୀପ : ଡିସେମ୍ବର ୧ ତାରିଖରେ ପାରାଦୀପର ଏକ ଜାହାଜରୁ ୫ କେଜିରୁ ଉର୍ଦ୍ଧ୍ବ କୋକେନ ଜବତ ଘଟଣା I ୨୧ ଜଣ କ୍ରିୟୁ ମେମ୍ବରଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ I ଏବେ ଏହାର ତଦନ୍ତ କଷ୍ଟମ୍ସ ବିଭାଗ କରୁଥିବା ବେଳେ ଆଗକୁ ଏନସିବି କିମ୍ବା ଏନ୍ଆଇଏକୁ ଦିଆଯାଇପାରେ ।
ସୂଚନାନୁସାରେ,ଗତକାଲି ପାରାଦୀପ ବନ୍ଦରରେ’MV ଦେବୀ’ନାମକ ଜାହାଜରୁ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା I ପରବର୍ତ୍ତୀ ଅବସ୍ଥାରେ ଯାଞ୍ଚ ପରେ ଏହା ନିଷିଧ ଡ୍ରଗ୍ସ କୋକେନ ବୋଲି ଜଣ ପଡିଥିଲା I ଜାହାଜଟି ଷ୍ଟିଲ ପ୍ଲେଟ ନେଇ ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଯାଉଥିଲା I ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ,ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ । ଏହା ପରେ କ୍ର୍ୟୁ ସଦସ୍ୟ ଓ କ୍ୟାପ୍ଟେନ୍ଙ୍କୁ ଜେରା କରାଯାଇଛି । ଜାହାଜ ଭିତରେ ସନ୍ଧାନୀ କୁକୁର ସହାୟତାରେ ଯାଂଚ କରାଯାଇଛି । ତେବେ ଏତେ ପରିମାଣରେ ଡ୍ରଗ୍ସ ନେଇ ଜାହାଜଟି କାହା ପାଖକୁ ଆସୁଥିଲା ସେନେଇ ଜୋରଦାର ଯାଞ୍ଚ ଚାଲିଛି I ଭୁବନେଶ୍ୱର ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ-NCB ମଧ୍ୟ ଘଟଣାସ୍ଥଳରେ ପହଞ୍ଚି, ଖୋଳତାଡ଼ କରୁଛି। ଏହାସହିତ ଏନ୍ ସିବି ସହକାରୀ ନିର୍ଦ୍ଦେଶକ କୁଲଦୀପ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଛି ପାରାଦୀପ ବନ୍ଦରରେ। ଆଜି ପୁରା ଜାହାଜରେ କରାଯାଉଛି ସର୍ଚ୍ଚ ଅପରେସନ।




