ସେକ୍ସ ରାକେଟ୍ ରେ ସମ୍ପୃକ୍ତ ଥିବା ଗ୍ରାହକ ଏଚ୍ଆଇଭି ସଂକ୍ରମିତ !
ଭୁବନେଶ୍ବର : ଭୁବନେଶ୍ବରରେ ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ଘଟଣାରେ ଆଉ ଏକ ନୂଆମୋଡ । ସେକ୍ସ ରାକେଟ୍ର ତନାଘନା ବେଳେ ଏକ ବଡ଼ ଘଟଣାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଲକ୍ଷ୍ମୀସାଗରର ଯେଉଁ ଘରୁ ସେକ୍ସ ରାକେଟ୍ ଠାବ ହୋଇଥିଲା ସେହି ଘରକୁ ଯାଇଥିବା ପ୍ରାୟ ସମସ୍ତ ଗ୍ରାହକଙ୍କୁ ଏଚ୍ଆଇଭି ବ୍ୟାପିଥିବା ସନ୍ଦେହ କରାଯାଉଛି । ସେଠାକୁ ନିୟମିତ ଆସୁଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୨୭ ଜଣଙ୍କୁ ଏଚ୍ଆଇଭି ସଂକ୍ରମଣ ବ୍ୟାପିଥିବା ସନ୍ଦେହ ପ୍ରକାଶ ପାଇଛି । […]
ଭୁବନେଶ୍ବର : ଭୁବନେଶ୍ବରରେ ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ଘଟଣାରେ ଆଉ ଏକ ନୂଆମୋଡ । ସେକ୍ସ ରାକେଟ୍ର ତନାଘନା ବେଳେ ଏକ ବଡ଼ ଘଟଣାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଲକ୍ଷ୍ମୀସାଗରର ଯେଉଁ ଘରୁ ସେକ୍ସ ରାକେଟ୍ ଠାବ ହୋଇଥିଲା ସେହି ଘରକୁ ଯାଇଥିବା ପ୍ରାୟ ସମସ୍ତ ଗ୍ରାହକଙ୍କୁ ଏଚ୍ଆଇଭି ବ୍ୟାପିଥିବା ସନ୍ଦେହ କରାଯାଉଛି । ସେଠାକୁ ନିୟମିତ ଆସୁଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୨୭ ଜଣଙ୍କୁ ଏଚ୍ଆଇଭି ସଂକ୍ରମଣ ବ୍ୟାପିଥିବା ସନ୍ଦେହ ପ୍ରକାଶ ପାଇଛି । କ୍ୟାପିଟାଲ ଥାନା ପୋଲିସ ଦ୍ବାରା ଧରାପଡିଥିବା ଜଣେ ଅଭିଯୁକ୍ତ ପଜିଟିଭ୍ ହେବା ପରେ ତନାଘନା ଆରମ୍ଭ ହୋଇଛି । ଆଉ ସେଠାକୁ ନିୟମିତ ଯିବାଆସିବା କରୁଥିବା ଗ୍ରାହକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି ।
ଯେଉଁ ଘରେ ସେକ୍ସ ରାକେଟ୍ ଠାବ ହୋଇଥିଲା ସେହିଘରୁ ଏଡସ୍ ମେଡିସିନ ଜବତ ହୋଇଥିଲା । ଯାହାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଥିଲା । ଏହି ମେଡିସିନ କୋଲକାତାରୁ କିଣା ଯାଇଥିବା ମଧ୍ୟ ଜଣାପଡିଥିଲା । ଲକ୍ଷ୍ମୀସାଗର ସେକ୍ସ ରାକେଟ୍ରେ ଏସ୍ସ ରୋଗୀ ଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ଧରାପଡିନାହିଁ ସେକ୍ସ ରାକେଟ୍ ପରିଚାଳନା କରୁଥିବା ବାରିକ୍ ବାବୁ ।
ଅନ୍ୟପଟେ ଏହି ଘଟଣାର ଗୁରୁତ୍ବକୁ ଦେଖି ଏହାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି ପୋଲିସ । ଅର୍ଥାତ ୩ ମାସ ମଧ୍ୟରେ ଦୁଷ୍କର୍ମ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିବ ପୋଲିସ । ତଦନ୍ତରେ ସାମିଲ ହୋଇଛନ୍ତି କ୍ରାଇମ୍ ଏଗେନଷ୍ଟ ୱିମେନ (CAW)ର ୩ ଅଧିକାରୀ ।




