ଭିଜିଲାନ୍ସ ଜାଲରେ କିରାଣି
ଯାଜପୁର : ଭିଜିଲାନ୍ସ ଜାଲରେ ସ୍କୁଲ କିରାଣି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ । ସୂଚନାନୁସାରେ,ମହେଶ୍ୱର ସାମଲ ପେନଶନ କାଗଜପତ୍ର କାମ କରାଇଦେବାକୁ ନିରଞ୍ଜନ ରାୟଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଗୁରୁବାର ମହେଶ୍ୱର ସାମଲ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟଙ୍କ ଠାରୁ ୪ ହଜାର ଟଙ୍କା ନେଉଥିଲା ବେଳେ […]
ଯାଜପୁର : ଭିଜିଲାନ୍ସ ଜାଲରେ ସ୍କୁଲ କିରାଣି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ । ସୂଚନାନୁସାରେ,ମହେଶ୍ୱର ସାମଲ ପେନଶନ କାଗଜପତ୍ର କାମ କରାଇଦେବାକୁ ନିରଞ୍ଜନ ରାୟଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଗୁରୁବାର ମହେଶ୍ୱର ସାମଲ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟଙ୍କ ଠାରୁ ୪ ହଜାର ଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛିା




