୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କିରାଣୀ

କୋରାପୁଟ : ଅଙ୍ଗନୱାଡି କର୍ମୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁ ସିଡିପିଓ ନମିତା ରାଣୀ ପାଉଲ ଓ ସିଡିପିଓ ଅଫିସ୍‌ର କିରାଣୀ(ରେଭନ୍ୟୁ ଆସିଷ୍ଟାଣ୍ଟ) ଅଶ୍ୱନି କୁମାର ପ୍ରଧାନ। ଲାଞ୍ଚ ଟଙ୍କା ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ I ସୂଚନା ଅନୁଯାୟୀ ବନ୍ଧୁଗାଁ ବ୍ଲକର ଡେରେକା ଅଙ୍ଗନବାଡି କେନ୍ଦ୍ରରେ ଜଣେ ମହିଳା ନିଯୁକ୍ତି ପାଇଥିଲେ। ତାଙ୍କୁ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା […]

Samaya Live Picture
Published On

କୋରାପୁଟ : ଅଙ୍ଗନୱାଡି କର୍ମୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁ ସିଡିପିଓ ନମିତା ରାଣୀ ପାଉଲ ଓ ସିଡିପିଓ ଅଫିସ୍‌ର କିରାଣୀ(ରେଭନ୍ୟୁ ଆସିଷ୍ଟାଣ୍ଟ) ଅଶ୍ୱନି କୁମାର ପ୍ରଧାନ। ଲାଞ୍ଚ ଟଙ୍କା ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ I

ସୂଚନା ଅନୁଯାୟୀ ବନ୍ଧୁଗାଁ ବ୍ଲକର ଡେରେକା ଅଙ୍ଗନବାଡି କେନ୍ଦ୍ରରେ ଜଣେ ମହିଳା ନିଯୁକ୍ତି ପାଇଥିଲେ। ତାଙ୍କୁ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଭୟ ଅଭିଯୁକ୍ତ। ଏନେଇ ନିଯୁକ୍ତି ପାଇଥିବା ଅଙ୍ଗନୱାଡି କର୍ମୀଙ୍କ ବାପା ରାଉତ କୁଲେସିକା ଏନେଇ କୋରାପୁଟ ଭିଜିଲାନ୍ସ ଡିଭିଜନ ଏସପିଙ୍କ ନିକରେ ଅଭିଯୋଗ କରିଥିଲେ। ଏହି ଲାଞ୍ଚୁଆ କିରାଣୀଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା।

ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ମାଲକାନଗିରି ଓ ଜୟପୁରର ୧୧ଜଣିଆ ଟିମ ଏହି ଚଢ଼ାଉ କରିଥିଲେ। ଇନ୍ସପେକ୍ଟର ସୁର୍ଯ୍ୟକାନ୍ତି ଟାକ୍ରୀ,ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟ ମାନଙ୍କୁ ନେଇ ଗଠିତ ଟିମ୍ ବୁଧବାର ପୂର୍ବାହ୍ନ ୧୧-୩୦ ରେ ଅଭିଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ ଅଫିସ ପରିସରରେ ଲାଞ୍ଚ ନେଉଥିବାବେଳେ ମାଡ଼ି ବସି ଥିଲେ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ କିରାଣୀ ଶ୍ରୀ ପ୍ରଧାନକୁ ଗିରଫ କରିଛି। କୋରାପୁଟ ଭିଜିଲାନ୍ସ ପକ୍ଷରୁ ଆଇପିସି ୭ ପିସି ଅମେଣ୍ଡମେଣ୍ଡ ଆକ୍ଟ ୨୦୧୮ରେ ଏକ ମାମଲା (କେଶ ନମ୍ବର ୧୫/୨୩) ରୁଜୁ କରି ତଦନ୍ତ ଜାରି ରଖା ଯାଇଛି। ଭିଜିଲାନ୍ସ ବିଭାଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ପାଉଲଙ୍କୁ ମଧ୍ୟ ଗିରଫ କରିବା ଯୋଜନା କରୁଥିବା ଜଣାପଡିଛି।

Tags: