ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ

ଭୁବନେଶ୍ୱର : ହକି ଷ୍ଟାର ବୀରେନ୍ଦ୍ର ଲାକ୍ରାଙ୍କୁ କମିଶନରେଟ ପୁଲିସ୍ ର କ୍ଲିନଚିଟ୍ । ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି କହିଛି ପୁଲିସ୍ I ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆଧାରରେ ଏହା ପ୍ରମାଣିତ ହୋଇଛି I ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଆନନ୍ଦଙ୍କ ବାନ୍ଧବୀ ମଞ୍ଜିତ ଟପ୍ପୋଙ୍କୁ ମଧ୍ୟ କ୍ଲିନଚିଟ୍ ମିଳିଛି I ସୂଚନାନୁସାରେ, ୨୦୨୨ ଫେବୃଆରୀ ୧୨ତାରିଖରେ ଇନ୍‌ଫୋସିଟି ଥାନା ପୁଲିସ ‘ଆୟୁଷ ରେଡିୟମ ଫ୍ଲାଟ୍‌ ନଂ-୪୦୧’ରେ ଆନନ୍ଦଙ୍କର […]

Samaya Live Picture
Published On

ଭୁବନେଶ୍ୱର : ହକି ଷ୍ଟାର ବୀରେନ୍ଦ୍ର ଲାକ୍ରାଙ୍କୁ କମିଶନରେଟ ପୁଲିସ୍ ର କ୍ଲିନଚିଟ୍ । ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି କହିଛି ପୁଲିସ୍ I ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆଧାରରେ ଏହା ପ୍ରମାଣିତ ହୋଇଛି I ବୀରେନ୍ଦ୍ର ଲାକ୍ରାଙ୍କ ସହିତ ଆନନ୍ଦଙ୍କ ବାନ୍ଧବୀ ମଞ୍ଜିତ ଟପ୍ପୋଙ୍କୁ ମଧ୍ୟ କ୍ଲିନଚିଟ୍ ମିଳିଛି I

ସୂଚନାନୁସାରେ, ୨୦୨୨ ଫେବୃଆରୀ ୧୨ତାରିଖରେ ଇନ୍‌ଫୋସିଟି ଥାନା ପୁଲିସ ‘ଆୟୁଷ ରେଡିୟମ ଫ୍ଲାଟ୍‌ ନଂ-୪୦୧’ରେ ଆନନ୍ଦଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରିଥିଲା । କିନ୍ତୁ ପରିବାର ଲୋକ ଆନନ୍ଦଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ । ସେମାନେ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦଙ୍କ ବାନ୍ଧବୀ ମଞ୍ଜିତ ଟପ୍ପୋଙ୍କ ବିରୋଧରେ ଇନ୍‌ଫୋସିଟି ଥାନାରେ ହତ୍ୟା ଅଭିଯୋଗ କରିଥିଲେ I ବୀରେନ୍ଦ୍ର ଓ ମଞ୍ଜିତ ତାଙ୍କ ପୁଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ସେହି ସମୟରେ ଇଂଫୋସିଟି ଥାନା ପୋଲିସ ଏହି ଘଟଣାକୁ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଶେଷ କରିଥିଲା । ହାଇକୋର୍ଟଙ୍କ ନିର୍ଦେଶ ପରେ ଭୁବନେଶ୍ୱର DCP ପୁଣି ତଦନ୍ତ କରିଥିଲେ ।

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୁଲିସ୍ ଜେଏମଏଫସି-୨ କୋର୍ଟ ରେ ୨୦୫ ପୃଷ୍ଠାର ଏକ ଫାଇନାଲ ରିପୋର୍ଟ ଦାଖଲ କରିଛି I ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅକୁ ବୀରେନ୍ଦ୍ର ଓ ମଞ୍ଜିତ ଜବରଦସ୍ତ କରି ମଦ ପିଆଇ ଟାଙ୍ଗି ଦେଇଥିଲେ I ମାତ୍ର ପୋଲିସ ତଦନ୍ତରୁ ଯାହା ଜଣାପଡିଛି ମୃତ୍ୟୁ ପୂର୍ବରୁ ଆନନ୍ଦ ଟପ୍ପୋ ମଦ ପିଇଥିଲେ। ତେବେ ତାଙ୍କୁ ବଳପୂର୍ବକ ମଦ ପିଆଯାଇ ନଥିଲା ବୋଲି ପୁଲିସ୍ କହିଛି। ଆନନ୍ଦଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଦିଗ ନଥିବା ବେଳେ, ଆନନ୍ଦଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜନିତ ବୋଲି ଜଣାପଡିଛି ।

Tags: