ହତ୍ୟା ଅଭିଯୁକ୍ତକୁ ଥାନାରେ ଖସାଇ ନେବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି

ଗଞ୍ଜାମ : ଦିନକୁ ଦିନ ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା I ନିର୍ବାଚନୀ ହତ୍ୟାକାଣ୍ଡର ତାତି କମି ନଥିବାବେଳେ ପୁଣି ଆଉ ଏକ ଘଟଣା ଘଟିଛି I ବହୁ ଚର୍ଚ୍ଚିତ ଦିପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ହେପାଜତରୁ ଖସାଇବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି କରିଥିଲେ ଅଭିଯୁକ୍ତର ସମର୍ଥକ ମାନେ I ଶେଷରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି I ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ […]

Samaya Live Picture
Published On

ଗଞ୍ଜାମ : ଦିନକୁ ଦିନ ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା I ନିର୍ବାଚନୀ ହତ୍ୟାକାଣ୍ଡର ତାତି କମି ନଥିବାବେଳେ ପୁଣି ଆଉ ଏକ ଘଟଣା ଘଟିଛି I ବହୁ ଚର୍ଚ୍ଚିତ ଦିପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ହେପାଜତରୁ ଖସାଇବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି କରିଥିଲେ ଅଭିଯୁକ୍ତର ସମର୍ଥକ ମାନେ I ଶେଷରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି I ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ଘଟିଛି I

ସୂଚନାନୁସାରେ,୨୦୨୩ରେ ଘଟିଥିବା ବହୁଚର୍ଚ୍ଚିତ ଦିପୁ ପାତ୍ର ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପରିଡାଙ୍କୁ ଛଚିନା ଗ୍ରାମରୁ ଗିରଫ କରିଥିଲା କୋଦଳା ଥାନା ପୋଲିସ I ତେବେ ସନ୍ଧ୍ୟାରେ ଥାନାରେ ଗାଡି ପହଂଚିବା ପରେ ବିକ୍ରମର ସମର୍ଥକ ମାନେ ଆସି ଥାନାରେ ଜୋରଜବରଦସ୍ତ ପଶି ଗଣ୍ଡଗୋଳ କରିଥିଲେ I ଏହିସମୟରେ ବିକ୍ରମର କିଛି ସମର୍ଥକ ଥାନା ହାଜତରେ ପଶି ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଚେଷ୍ଟା କରିଥିଲେ । ଫଳରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। । ତେବେ ପୋଲିସ ବିକ୍ରମକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ସୁବାସ ବେହେରା ସୂଚନା ଦେଇଛନ୍ତି I

ଏହି ଘଟଣାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ୯ ଜଣ ଗିରଫ ହୋଇଛନ୍ତି ଏବଂ ୩୫ ଏଯାଏଁ ଫେରାର ରହିଛନ୍ତି I ଏ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ୧୦ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଅଭିଯୁକ୍ତଙ୍କ ୪ଟି ବାଇକ୍‌ ଜବତ ହୋଇଥିବା କହିଛନ୍ତି ଏସ୍‌ପି। ତେବେ ପୋଲିସ ହେପାଜତରୁ ଅଭିଯୁକ୍ତକୁ ଛଡାଇ ନେବା ଘଟଣାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି I

Tags: