ରାଜଧାନୀରେ ପୁଣି ଗୋଷ୍ଠୀ ସଂଘର୍ଷ,ମଝି ରାସ୍ତାରେ ବୁଲିଲା ଖଣ୍ଡା
ଭୁବନେଶ୍ୱର : ରାଜଧାନୀରେ ପୁଣି ଗୋଷ୍ଠୀ ସଂଘର୍ଷ I ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ଆତଙ୍କ ରଚାଇବା ସହିତ ବୁଲିଲା ଖଣ୍ଡା ଓ ଭୁଜାଲି । ହଣାକଟାରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିବା ସୂଚନା । ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଏହି ଘଟଣା ଘଟିଛି I ବାଉଁଶ,ବୋତଲ ଓ ଖଣ୍ଡାରେ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଆକ୍ରମଣ I ଏଥିରେ ଦୁଇଟି ବାଇକ ଭାଙ୍ଗି ଚୁରମାର ହୋଇଯାଇଛି I ଘଟନାନୁସାରେ,ଗତକାଲି ରାତିରେ ଜାଗମର ଅଞ୍ଚଳରେ […]
ଭୁବନେଶ୍ୱର : ରାଜଧାନୀରେ ପୁଣି ଗୋଷ୍ଠୀ ସଂଘର୍ଷ I ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ଆତଙ୍କ ରଚାଇବା ସହିତ ବୁଲିଲା ଖଣ୍ଡା ଓ ଭୁଜାଲି । ହଣାକଟାରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିବା ସୂଚନା । ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଏହି ଘଟଣା ଘଟିଛି I ବାଉଁଶ,ବୋତଲ ଓ ଖଣ୍ଡାରେ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଆକ୍ରମଣ I ଏଥିରେ ଦୁଇଟି ବାଇକ ଭାଙ୍ଗି ଚୁରମାର ହୋଇଯାଇଛି I
ଘଟନାନୁସାରେ,ଗତକାଲି ରାତିରେ ଜାଗମର ଅଞ୍ଚଳରେ ଥିବା ଏକ ଫୁଡ ଷ୍ଟଲକୁ ଗୋଟିଏ ଗୋଷ୍ଠୀର କିଛି ଲୋକ ଖାଇବାକୁ ଯାଇଥିଲେ I ଏହି ସମୟରେ ସେଠାରେ ଅପାର ଗୋଷ୍ଠୀର ଲୋକ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲେ I ଭାଇଗିରିକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି I ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଚଲାଇଛି I




