ଜମିବାଡ଼ି କୁ ନେଇ ସଂଘର୍ଷ , ୨ ପରିବାରରୁ ୧୦ ଆହତ
ଭଦ୍ରକ : ଜମିବାଡ଼ି ବିବାଦର ଉଗ୍ର ରୂପ । ୨ ପରିବାର ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନସ୍ଥ ଗୁଆମାଳ ପଞ୍ଚାୟତର ମୋଡ଼ ସାହିରେ । ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୬ଜଣ ପୁରୁଷ ଅଛନ୍ତି। ସୂଚନାନୁସାରେ,ଗ୍ରାମର ମଡ଼ ସାହିରେ ଥିବା ଶ୍ୟାମସୁନ୍ଦର ପୃଷ୍ଟି ଓ କୃପାସିନ୍ଧୁ ପୃଷ୍ଟିଙ୍କ ପରିବାର […]
ଭଦ୍ରକ : ଜମିବାଡ଼ି ବିବାଦର ଉଗ୍ର ରୂପ । ୨ ପରିବାର ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନସ୍ଥ ଗୁଆମାଳ ପଞ୍ଚାୟତର ମୋଡ଼ ସାହିରେ । ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୬ଜଣ ପୁରୁଷ ଅଛନ୍ତି।
ସୂଚନାନୁସାରେ,ଗ୍ରାମର ମଡ଼ ସାହିରେ ଥିବା ଶ୍ୟାମସୁନ୍ଦର ପୃଷ୍ଟି ଓ କୃପାସିନ୍ଧୁ ପୃଷ୍ଟିଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ଲାଗି ରହିଥିଲା। ଗତକାଲି ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ଗତକାଲି ମଧ୍ୟ ସେହି ଘଟଣାକୁ ନେଇ ପୁଣି ଝଗଡା ହେବାରୁ ଉଭୟ ପକ୍ଷ ତିହିଡି଼ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଆଜି ସକାଳୁ ସକାଳୁ ଉଭୟଙ୍କ ପକ୍ଷରୁ ତିକ୍ତତା ବଢ଼ିବାରୁ ଦୁଇ ପରିବାର ମଧ୍ୟରେ ହାତାହାତି ହୋଇଥିଲେ । ସଂଘର୍ଷରେ ଉଭୟଙ୍କ ପକ୍ଷରୁ ୧୦ଜଣ ଗୁରୁତର ହୋଇଛନ୍ତି I ଗ୍ରାମବାସୀ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହି ଘଟଣାର ଖବର ପାଇ ଘଟଣାସ୍ଥଳରେ ତିହିଡି଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଗାଁରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।




