ଗିରଫ ହେଲେ ସିଏଚଏସଇ ରେକର୍ଡ ସପ୍ଲାୟର
ଭୁବନେଶ୍ଵର: ସିଏଚଏସଇ ରେକର୍ଡ ସପ୍ଲାୟର୍ସ ପୁରେନ୍ଦ୍ର ସେଠୀ ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ କରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ସୂଚନାନୁସାରେ,ଅବସର ନେବାର ୪ ଦିନ ପୂର୍ବରୁ ଶ୍ରୀ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । […]
ଭୁବନେଶ୍ଵର: ସିଏଚଏସଇ ରେକର୍ଡ ସପ୍ଲାୟର୍ସ ପୁରେନ୍ଦ୍ର ସେଠୀ ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ କରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।
ସୂଚନାନୁସାରେ,ଅବସର ନେବାର ୪ ଦିନ ପୂର୍ବରୁ ଶ୍ରୀ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ୨ ଦିନ ଧରି ଚାଲିଥିଲା । ଏକକାଳୀନ ୪ ଟି ସ୍ଥାନ ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଏହି ସମୟରେ ତାଙ୍କର କାନନବିହାରଠାରେ ୧୦,୮୮୦ ବର୍ଗଫୁଟ ଅଞ୍ଚଳ ଜମିରେ ୪ ମହଲା କୋଠା ସହିତ ୧୬ଟି ମୂଲ୍ୟବାନ ଜମି ଥିବାର ଜଣା ପଡିଥିଲା । ଏହାବାଦ ଚଢ଼ାଉ ସମୟରେ ତାଙ୍କଠୁ ନଗଦ ୧ଲକ୍ଷ ୭୦ହଜାର ଟଙ୍କା ସହ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡ,୨ଟି ଚାରିଚକିଆ ଗାଡି,୪ଟି ୨ ଚକିଆ ଏବଂ ନଗଦ ସୁନାରୂପା ଜବତ କରିଥିଲା ଭିଜିଲାନ୍ସ । ଯାହାର ହିସାବ ଦେଇ ପାରିନଥିଲେ ଶ୍ରୀ ପୂରେନ୍ଦ୍ର ସେଠୀ ।




