ହସପିଟାଲରୁ ପିଲା ଚୋରି ,୨ ଅଟକ
ଆଠଗଡ଼ : ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି । ଶିଶୁପୁତ୍ର ଚୋରି ଅଭିଯୋଗରେ ୨ ଜଣ ପିଲା ଚୋରଙ୍କୁ ଅଟକ ରଖିଛି ଖୁଣ୍ଟୁଣୀ ପୋଲିସ । ବୁଧବାର ଦିନ ୪ ମାସର ପୁଅକୁ ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଆସିଥିଲେ ଜଣେ ମହିଳା । ସେଠାରେ ତାଙ୍କର ଅନ୍ୟ ଜଣେ ବୟସ୍କା ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା । ମେଡିକାଲ ଭିତରେ ଅଧିକ ଭିଡ଼ ଥିବାରୁ ବୟସ୍କା ମହିଳାଙ୍କୁ ପିଲାକୁ ଧରିବାକୁ ଦେଇ ଔଷଧ ଆଣିବାକୁ ଯାଇଥିଲେ […]
ଆଠଗଡ଼ : ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି । ଶିଶୁପୁତ୍ର ଚୋରି ଅଭିଯୋଗରେ ୨ ଜଣ ପିଲା ଚୋରଙ୍କୁ ଅଟକ ରଖିଛି ଖୁଣ୍ଟୁଣୀ ପୋଲିସ । ବୁଧବାର ଦିନ ୪ ମାସର ପୁଅକୁ ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଆସିଥିଲେ ଜଣେ ମହିଳା । ସେଠାରେ ତାଙ୍କର ଅନ୍ୟ ଜଣେ ବୟସ୍କା ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା । ମେଡିକାଲ ଭିତରେ ଅଧିକ ଭିଡ଼ ଥିବାରୁ ବୟସ୍କା ମହିଳାଙ୍କୁ ପିଲାକୁ ଧରିବାକୁ ଦେଇ ଔଷଧ ଆଣିବାକୁ ଯାଇଥିଲେ । ଏହି ସମୟରେ ମାଉସୀ ପିଲାଟିକୁ ନେଇ ଚମ୍ପଟ ମାରିଥିଲେ । ଏନେଇ ଖୁଣ୍ଟୁଣୀ ଥାନାରେ ଶିଶୁପୁତ୍ରର ମା’ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଖୋଜ ଖୋଜି ଆରମ୍ଭ କରିଥିଲା । ପରେ ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀଙ୍କ ସହ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଖୁଣ୍ଟୁଣୀ ପୋଲିସ ।




