ଭିଜିଲାନ୍ସ ଜାଲରେ ଚିଫ ଇଞ୍ଜିନିୟର
କେନ୍ଦୁଝର : ଭିଜିଲାନ୍ସ ଜାଲରେ ଚିଫ ଇଞ୍ଜିନିୟର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବୈତରଣୀ ବେସିନ ଚିଫ ଇଞ୍ଜିନିୟର କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । କୈଳାଶଙ୍କର କେନ୍ଦୁଝରସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ଭୁବନେଶ୍ୱର, ପୁରୀ, ଯାଜପୁର, କଟକ ସମତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାରମ୍ଭିକ ରିପୋର୍ଟରୁ କଳିଙ୍ଗ ନଗର ଓ ବ୍ୟାସ ନଗରରେ ଯନ୍ତ୍ରୀଙ୍କ ୩୬ଟି ପ୍ଲଟ, ପୁରୀ, ଯାଜପୁର […]
କେନ୍ଦୁଝର : ଭିଜିଲାନ୍ସ ଜାଲରେ ଚିଫ ଇଞ୍ଜିନିୟର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବୈତରଣୀ ବେସିନ ଚିଫ ଇଞ୍ଜିନିୟର କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । କୈଳାଶଙ୍କର କେନ୍ଦୁଝରସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ଭୁବନେଶ୍ୱର, ପୁରୀ, ଯାଜପୁର, କଟକ ସମତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।
ପ୍ରାରମ୍ଭିକ ରିପୋର୍ଟରୁ କଳିଙ୍ଗ ନଗର ଓ ବ୍ୟାସ ନଗରରେ ଯନ୍ତ୍ରୀଙ୍କ ୩୬ଟି ପ୍ଲଟ, ପୁରୀ, ଯାଜପୁର ଓ ଭୁବନେଶ୍ୱର ସହିଦ ନଗର ୟୁନିଟ୍ ୯ରେ ଥିବା ଜଗନ୍ନାଥ ମାନସନ୍ର ତୃତୀୟ ମହଲାରେ ଥିବା ରେସିଡିସନ୍ସିଆଲ୍ ଫ୍ଲାଟ ସହ ଅନ୍ୟ ୨ଟି ଫ୍ଲାଟ, କୋରେଇରେ ଗୋଟିଏ ୩ ମହଲା ଘର ଓ ଗୋଟିଏ ଦାମୀ କାର ଥିବା ସୂଚନା ମିଳିଛି।
କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।




