ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ

ବାଲେଶ୍ୱର : କେନ୍ଦୁଝର ବ୍ୟାରେଜ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ I ପଦନ୍ନୋତି ପାଇବାର ୨ ଦିନ ପରେ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ବାଲେଶ୍ୱର ସ୍ଥିତ ପୈତୃକ ବାସଭବନ,କାର୍ଯ୍ୟାଳୟ ସମେତ ଏକକାଳୀନ ୭ ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା I ଚଢ଼ାଉ ସମୟରେ ପ୍ରଭାସଙ୍କର ଅଚଳାଚଳ ସମ୍ପତ୍ତି ଥିବା ଜଣାପଡ଼ିଛି । ପ୍ରଭାସଙ୍କ ନାମରେ ଓଡିଶା ତଥା ପଶ୍ଚିମବଙ୍ଗରେ ମୋଟ […]

Samaya Live Picture
Published On

ବାଲେଶ୍ୱର : କେନ୍ଦୁଝର ବ୍ୟାରେଜ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ I ପଦନ୍ନୋତି ପାଇବାର ୨ ଦିନ ପରେ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ବାଲେଶ୍ୱର ସ୍ଥିତ ପୈତୃକ ବାସଭବନ,କାର୍ଯ୍ୟାଳୟ ସମେତ ଏକକାଳୀନ ୭ ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା I ଚଢ଼ାଉ ସମୟରେ ପ୍ରଭାସଙ୍କର ଅଚଳାଚଳ ସମ୍ପତ୍ତି ଥିବା ଜଣାପଡ଼ିଛି ।

ପ୍ରଭାସଙ୍କ ନାମରେ ଓଡିଶା ତଥା ପଶ୍ଚିମବଙ୍ଗରେ ମୋଟ ୮୫ଟି ପ୍ଲଟ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ କେବଳ ଜଳେଶ୍ୱରରେ ୮୦ଟି ପ୍ଲଟ ରହିଛି। ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଛି। ଏହାବ୍ୟତୀତ ଗୋଟିଏ ୫ ମହଲା କୋଠା, ମାର୍କେଟ କଂପ୍ଲେକ୍ସ, ୧୧ ଲକ୍ଷ ଟଙ୍କା, ୩୩୫ ଗ୍ରାମ ସୁନା, ୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ୧୧ ଲକ୍ଷ ୭୦ ହଜାର ନଗଦ ଟଙ୍କା ମିଳିଥିଲା। ଚଢ଼ଉବେଳେ ପ୍ରଭାସ ପ୍ରଧାନଙ୍କର ଅଚଳାଚଳ ସମ୍ପତ୍ତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ I

ସୂଚନାନୁସାରେ,ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ,ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ବେହେରାଙ୍କ ନେତୃତ୍ୱରେ ୭ ଟି ଟିମ ଗଠନ କରାଯାଇଥିଲା I ଟିମ ସଦସ୍ୟମାନେ ଶୁକ୍ରବାର ସକାଳେ ୫ଟାରେ ପ୍ରଭାସ ପ୍ରଧାନଙ୍କ ଜଳେଶ୍ୱର ସ୍ଥିତ ପୈତୃକ ଘର,କାର୍ଯ୍ୟାଳୟ ସମେତ ୭ ଟି ସ୍ଥାନରେ ଚଢ଼ାଉ କରି ବେହିସାବ ସମ୍ପତ୍ତି ଜବତ କରିଥିଲେ I

Tags: