ଛତିଶଗଡ଼ ହେଉଛି ଅସହାୟ ମହିଳାଙ୍କ ଘର

ସୁନ୍ଦରଗଡ଼ : ଗତ ୬ ତାରିଖ ଦିନ ସୁନ୍ଦରଗଡ଼ ରାସ୍ତାରୁ ଉଦ୍ଧାର ହୋଇଥିଲେ ଦୁଇ ନିର୍ବସ୍ତ୍ର ଅସହାୟ ମହିଳା I ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ତାଙ୍କୁ ଉଦ୍ଧାର କରି ଆସ୍ଥା ଗୃହକୁ ସ୍ଥାନାନ୍ତର କରିଥିଲେ I ଆସ୍ଥାଗୃହର କାଉନସେଲିଂବେଳେ ମହିଳା ବଖାଣିଥିଲେ ଲୋମଟାଙ୍କୁରା କାହାଣୀ। ପ୍ରାଥମିକ ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ମହିଳାଙ୍କ ଘର ଝରଖଣ୍ଡରେ ବୋଲି ଜଣା ପଡିଥିଲା I ତେବେ ପ୍ରକୃତରେ ତାଙ୍କ ଘର ଛତିଶଗଡ଼ର ଗାରିବାହାଳରେ ହୋଇଥିବା ସୂଚନାମିଳିଛି ଇ ତାଙ୍କ […]

Samaya Live Picture
Published On

ସୁନ୍ଦରଗଡ଼ : ଗତ ୬ ତାରିଖ ଦିନ ସୁନ୍ଦରଗଡ଼ ରାସ୍ତାରୁ ଉଦ୍ଧାର ହୋଇଥିଲେ ଦୁଇ ନିର୍ବସ୍ତ୍ର ଅସହାୟ ମହିଳା I ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ତାଙ୍କୁ ଉଦ୍ଧାର କରି ଆସ୍ଥା ଗୃହକୁ ସ୍ଥାନାନ୍ତର କରିଥିଲେ I ଆସ୍ଥାଗୃହର କାଉନସେଲିଂବେଳେ ମହିଳା ବଖାଣିଥିଲେ ଲୋମଟାଙ୍କୁରା କାହାଣୀ। ପ୍ରାଥମିକ ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ମହିଳାଙ୍କ ଘର ଝରଖଣ୍ଡରେ ବୋଲି ଜଣା ପଡିଥିଲା I ତେବେ ପ୍ରକୃତରେ ତାଙ୍କ ଘର ଛତିଶଗଡ଼ର ଗାରିବାହାଳରେ ହୋଇଥିବା ସୂଚନାମିଳିଛି ଇ ତାଙ୍କ ପରିବାର ଲୋକଙ୍କୁ ଖୋଜି ବାହାର କରିଛି ସୁନ୍ଦରଗଡ଼ ପୋଲିସ Iଏହା ସହିତ ଟାଉନ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ ହୋଇଛି I ବଡ଼ ଭଉଣୀଙ୍କ ସୂଚନାନୁସରେ,ମହିଳାଙ୍କ ସ୍ୱାମୀଙ୍କର ୮ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି I ଏହାପରେ ମହିଳା ମାନସିକ ଭାରସାମ୍ୟ ହରାଇ ବସିଥିଲେ I ୪ ଦିନ ହେବ ସେ ଘର ଛାଡି ଚାଲି ଆସିଥିଲେ । ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ I ଉଭୟ ମା’ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ସେ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାରେ ସୁନ୍ଦରଗଡ଼ ଏସ୍ଡିପିଓ ହିମାଂଶୁ ବେହେରା କହିଛନ୍ତି କହିଛି ଦୁଷ୍କର୍ମର ଅଭିଯୋଗ ହୋଇ ନାହିଁ ଇ ତେବେ ପ୍ରମାଣ ମିଳିଲେ ଏନେଇ ଯାହା ଆଇନଗତ ପ୍ରକ୍ରିୟା ରହିଛି ତାହା ପୁରାଣ କରାଯିବ I

Tags: