ସରକାରୀ ଚାକିରୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ
ଭୁବନେଶ୍ୱର : ସରକାରୀ ଚାକିରୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ । ଅଭିଯୁକ୍ତ ନରେଶ ବାରିକ ଓରଫ ବୁଟୁକୁ ଗିରଫ କରିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ । ଅଭିଯୁକ୍ତର ଘର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ପ୍ରଗତି ବିହାରରେ । କେତେବେଳେ ନିଜକୁ ନାଲ୍କୋ ଏଜିଏମ ତ ଆଉ କେତେବେଳେ ରିଲାଏନ୍ସ ଭି.ପି ଭାବେ ପରିଚୟ ଦେଇ ଠକେଇ କରି ଆସିଛି । ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ଚାକିରୀ ଆଶାୟୀଙ୍କ ଠାରୁ ନେଇଥିବା […]
ଭୁବନେଶ୍ୱର : ସରକାରୀ ଚାକିରୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ । ଅଭିଯୁକ୍ତ ନରେଶ ବାରିକ ଓରଫ ବୁଟୁକୁ ଗିରଫ କରିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ । ଅଭିଯୁକ୍ତର ଘର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ପ୍ରଗତି ବିହାରରେ । କେତେବେଳେ ନିଜକୁ ନାଲ୍କୋ ଏଜିଏମ ତ ଆଉ କେତେବେଳେ ରିଲାଏନ୍ସ ଭି.ପି ଭାବେ ପରିଚୟ ଦେଇ ଠକେଇ କରି ଆସିଛି । ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ଚାକିରୀ ଆଶାୟୀଙ୍କ ଠାରୁ ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଠକେଇରେ ଶିକାର ହୋଇ ସର୍ବେଶ୍ୱର ସାମଲ ବଡଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଠକେଇ ସିଣ୍ଡିକେଟ ରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ ଭଟ୍ଟାକୁ ଖୋଜୁଛି ପୁଲିସ୍ ।
ସୂଚନାନୁସାରେ,ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରୁ ନାଲକୋରେ ଚାକିରୀ ଦେବାକୁ କହି ନେଇ ଯାଇଥିଲେ ୧୮ ଲକ୍ଷ ଟଙ୍କା । ଆଉ ପ୍ରତି ବଦଳରେ ଦେଇଥିଲା ଜାଲ ଡକ୍ୟୁମେଣ୍ଟ । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ୍ । ଏପରିକି ଅବିକଳ ଦିଶୁଥିବା ଜାଲି ଆଇକାର୍ଡ ମଧ୍ୟ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ଠକେଇର ଶିକାର ଯୁବକ ସର୍ବେଶ୍ୱର ସାମଲ ବଡଗଡ଼ ଥାନାର ଦ୍ୱାରସ୍ଥ ହେବା ପରେ ଏହି କରିତକର୍ମା ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ତେବେ ଏହି ପ୍ରସଙ୍ଗରେ ନାଲକୋ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।




