ଏଣିକି ଜଳ ନଷ୍ଟ କଲେ ଗଣିବେ ମୋଟା ଅଙ୍କର ତଣ୍ଡ

ଚଣ୍ଡିଗଡ: ଅପ୍ରେଲ ୧୫: ଏଣିକି ଜଳ ଅପଚୟ କଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ସାରା ଦେଶରେ କେଉଁଠି ନା କେଉଁଠି ଜଳାଭାବ ଦେଖିବାକୁ ମିଳୁଛି। ଅଳ୍ପ ଟିକିଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । କିନ୍ତୁ କେତେକ ସ୍ଥାନରେ ଦେଖିବାକୁ ମିଳୁଛି ବିପୁଳ ପରିମାଣରେ ଜଳ ନଷ୍ଟ କରାଯାଉଛି । ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ବ୍ୟବସ୍ଥାକୁ ବଡ ହାଲକାରେ ନଉଛନ୍ତି ଲୋକେ । ତେବେ ଏହାକୁ […]

Samaya Live Picture
Published On

ଚଣ୍ଡିଗଡ: ଅପ୍ରେଲ ୧୫: ଏଣିକି ଜଳ ଅପଚୟ କଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ସାରା ଦେଶରେ କେଉଁଠି ନା କେଉଁଠି ଜଳାଭାବ ଦେଖିବାକୁ ମିଳୁଛି। ଅଳ୍ପ ଟିକିଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । କିନ୍ତୁ କେତେକ ସ୍ଥାନରେ ଦେଖିବାକୁ ମିଳୁଛି ବିପୁଳ ପରିମାଣରେ ଜଳ ନଷ୍ଟ କରାଯାଉଛି । ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ବ୍ୟବସ୍ଥାକୁ ବଡ ହାଲକାରେ ନଉଛନ୍ତି ଲୋକେ । ତେବେ ଏହାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ୫୦୦୦ ଟଙ୍କା ଜୋରିମାନା ଲାଗୁ କରିବ । ଏପ୍ରିଲ ୧୫ ଅର୍ଥାତ ଆଜିଠୁ ଏହି ଅଭିଯାନ ଆରମ୍ଭ ହେବ । ଏଥିପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ଏକ ସ୍ୱତନ୍ତ୍ର ଦଳ ଗଠନ କରି, ଜଳ ଅପଚୟ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛି । ଏହି ଟିମ୍ ଜଳ ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପାଣି ପାଇପରେ ବୁଷ୍ଟର ପମ୍ପ ଲଗାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜୋରିମାନା ଆଦାୟ କରାଯିବ । କେବଳ ଏତିକି ନୁହେଁ ଛାତ ଉପରେ ନିର୍ମିତ ଟାଙ୍କିରୁ ପାଣି ପଡ଼ୁଥିବାର ଦେଖାଗଲେ, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ସୂଚନାଯୋଗ୍ୟ ଆସନ୍ତା ୨୦୫୦ ବେଳକୁ ସମଗ୍ର ଦେଶରେ ଜଳ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି ପରିବେଶବିତ୍ ଚେତାବନୀ ଦେଲେଣି । ତେଣୁ ବେଳ ଥାଉ ଥାଉ ଏପରି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛି ଚଣ୍ଡିଗଡ ପ୍ରଶାସନ ।