ଧାମନଗରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ I ଧାମନଗର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ବାମୀ। ଏଭଳି ନାରକୀୟ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ମୌଲାନାସାହିରେ । ସୂଚନା ଅନୁଯାୟୀ ଆଜି ସକାଳେ ଧାମନଗର ଥାନା ମୌଲାନାସାହିରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଘର ଭିତରେ ପଡ଼ିଛି ସ୍ତ୍ରୀର କ୍ଷତବିକ୍ଷତ […]

Samaya Live Picture
Published On

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ I ଧାମନଗର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ବାମୀ। ଏଭଳି ନାରକୀୟ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ମୌଲାନାସାହିରେ । ସୂଚନା ଅନୁଯାୟୀ ଆଜି ସକାଳେ ଧାମନଗର ଥାନା ମୌଲାନାସାହିରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଘର ଭିତରେ ପଡ଼ିଛି ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘରଠାରୁ କିଛି ଦୂରରେ ବିଲରେ ଥିବା ଏକ ଗଛରେ ସ୍ୱାମୀର ଝୁଲନ୍ତା ମୃତଦେହ ଠାବ ହୋଇଛି। ଘର ଭିତରୁ ଏକ ରକ୍ତଲଗା କଟୁରି ମିଳିଛି। ଏଥିରୁ ସନ୍ଦେହ କରାଯାଉଛି ଯେ ସ୍ତ୍ରୀ ସସ୍ମିତା ସାମଲକୁ କଟୁରିରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଭାସ୍କର ସାମଲ(୩୮) ଆତ୍ମହତ୍ୟା କରିଛି। ଗତ ରାତିରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।
ସୂଚନା ଅନୁଯାୟୀ ଗାଁର ଭାସ୍କର ସାମଲଙ୍କର ନିଜ ସ୍ତ୍ରୀ ସସ୍ମିତାଙ୍କ ସହ ଦୀର୍ଘ ଦିନ ହେବ ମନୋମାଳିନ୍ୟ ଲାଗି ରହିଥିଲା । ପଡ଼ୋଶୀ ଓ ସଂପର୍କୀୟଙ୍କ କହିବା ଅନୁଯାୟୀ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ଲାଗେ। ଏପରିକି କଥା ଥାନା ଯାଏ ବି ଯାଇଥିଲା। ହେଲେ ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳ ଭାସ୍କରଙ୍କ ପିଲାମାନେ ସକାଳୁ ଉଠି ମାର ଏଭଳି ଅବସ୍ଥା ଦେଖି ଗାଁଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: