ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ
ରାୟଗଡ଼ା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଧରିଛି । ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ସୀତା ୱାଡେକାଙ୍କ ଠାରୁ ସେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ […]
ରାୟଗଡ଼ା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଧରିଛି । ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ସୀତା ୱାଡେକାଙ୍କ ଠାରୁ ସେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏ ନେଇ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା ସୂଚନା ଦେଇଛନ୍ତି।
ସୂଚନାନୁସାରେ,ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ପୁଟେଶି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଚୟନ ପାଇଁ ଲାଲୁ ସିକକାଙ୍କ ସୀତା ୱାଡେକାଙ୍କୁ ୧ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସିଡିପିଓ । ପ୍ରଥମେ ଫୋନ ପେ’ ମାଧ୍ୟମରେ ୨୦ ହଜାର ଟଙ୍କା ନେଇଥିବା ବେଳେ ସୋମବାର ବଳକା ୮୦ ହଜାର ଲାଞ୍ଚ ନେଇଥିଲେ। ତେବେ ପୂର୍ବ ଯୋଜନା ମୁତାବକ ରାୟଗଡ଼ା ଭିଜିଲାନ୍ସ ଟିମ୍ କୁମ୍ଭାରଧାମୁଣୀ- ଥେରୁବାଲି ରାସ୍ତାରେ ଅପେକ୍ଷା କରି ବସିଥିଲେ। ସିଡ଼ିପିଓ ବିଷମକଟକରୁ ନିଜ ଘର ରାୟଗଡ଼ାକୁ ଯିବା ସମୟରେ ଭିଜିଲାନ୍ସ ଟିମ୍ ସିଡ଼ିପିଓ ସୁଶୀଳା ଶବର ଓ ବରିଷ୍ଠ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଧରିଥିଲା। ଏହି ଚଢଉରେ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା, ସଂଜୟ ପ୍ରଧାନ, ଏ ଏସ ଆଇ ଲୋକନାଥ ଦୋରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉଭୟଙ୍କୁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା ଚାଲିଛି।




