ରେଳବାଇ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ରେଳବାଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ । ରେଳବାଇ ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଘରେ ଏହି ଚଢ଼ାଉ କରାଯାଇଛି I ତାଙ୍କର ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ସିବିଆଇ ରେଡ୍‌ କରିଛି । ଭୁବନେଶ୍ୱରର ୨ଟି, କଟକ ଏବଂ ଜଗତସିଂହପୁରରେ ଏକକାଳୀନ ରେଡ୍‌ କରୁଛି ସିବିଆଇର ୫ଟି ଟିମ୍‌ । ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌, ପାସପୋର୍ଟ, ସୁନା […]

Samaya Live Picture
Published On

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ରେଳବାଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ । ରେଳବାଇ ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଘରେ ଏହି ଚଢ଼ାଉ କରାଯାଇଛି I ତାଙ୍କର ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ସିବିଆଇ ରେଡ୍‌ କରିଛି । ଭୁବନେଶ୍ୱରର ୨ଟି, କଟକ ଏବଂ ଜଗତସିଂହପୁରରେ ଏକକାଳୀନ ରେଡ୍‌ କରୁଛି ସିବିଆଇର ୫ଟି ଟିମ୍‌ । ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌, ପାସପୋର୍ଟ, ସୁନା ଅଳଙ୍କାର ଏବଂ ଫ୍ଲାଟ୍‌ର ସନ୍ଧାନ ପାଇଛି ସିବିଆଇ । ସୂଚନାନୁସାରେ ଦୁଇ ମାସ ପୂର୍ବରୁ ପ୍ରମୋଦ କୁମାର ଜେନା ଚାକିରିରୁ ଅବସର ନେଇଥିବା ଜଣାପଡିଛି ।

Tags: