ବରସୁଆ ଲୌହ ଖଣିରେ CBI ରେଡ୍

ବଣାଇ : ବରସୁଆ ଲୌହ ପଥର ଖଣିରେ CBI ରେଡ୍ । ବୁଧୁବାର ସୁନ୍ଦରଗଡ ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି. ପରିଚାଳିତ ବରସୁଆ ଲୌହ ଖଣିରେ CBI ଚଢ଼ାଉ ଜାରି ରହିଛି । ଶହ ଶହ କୋଟି ଟଙ୍କାର ଆର୍ଥିକ ଅନିୟମିତା ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୌହ ପଥର ଗୁଣ୍ଡର ମାନ ପରିବର୍ତ୍ତନ କରି ଘରୋଇ ସଂସ୍ଥାକୁ ବିକିଥିବା ଅଭିଯୋଗରେ ଚାଲିଛି ଖୋଳତାଡ । CBI ରାଡାରରେ ଅନେକ ଖଣି ଅଧିକାରୀ […]

Samaya Live Picture
Published On

ବଣାଇ : ବରସୁଆ ଲୌହ ପଥର ଖଣିରେ CBI ରେଡ୍ । ବୁଧୁବାର ସୁନ୍ଦରଗଡ ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି. ପରିଚାଳିତ ବରସୁଆ ଲୌହ ଖଣିରେ CBI ଚଢ଼ାଉ ଜାରି ରହିଛି । ଶହ ଶହ କୋଟି ଟଙ୍କାର ଆର୍ଥିକ ଅନିୟମିତା ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୌହ ପଥର ଗୁଣ୍ଡର ମାନ ପରିବର୍ତ୍ତନ କରି ଘରୋଇ ସଂସ୍ଥାକୁ ବିକିଥିବା ଅଭିଯୋଗରେ ଚାଲିଛି ଖୋଳତାଡ । CBI ରାଡାରରେ ଅନେକ ଖଣି ଅଧିକାରୀ ଅଛନ୍ତି । ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡକା ଯାଇଛି।

ସୂଚନା ଅନୁଯାୟୀ, ବିଗତ ୨/୩ ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୁହା ପଥର ଖଣି ବାରସୁଆଁ ଭେଲି ଟେଲିଙ୍ଗଡ୍ୟାମରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆଁ ଖଣି ପକ୍ଷରୁ ଷ୍ଟାକ୍ ପ୍ରସ୍ତୁତ କରାଯାଇଥିଲା । ପରେ ସ୍ଥାନୀୟ କୋଇଡ଼ା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟାକର ମାନ ନିରୂପଣ କରି ସେଲ୍ ପକ୍ଷରୁ ଉକ୍ତ ଷ୍ଟାକ୍ ବାବଦ ରାଜସ୍ୱ ପୈଠ କରାଯାଇଥିଲା ଏବଂ ପରେ ଉକ୍ତ ଷ୍ଟାକକୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇଥିଲା । ତେବେ ଅନେକ ସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକକୁ ଉଚ୍ଚ ମାନର ଦର୍ଶାଯାଇଥିବା ବେଳେ ଉକ୍ତ ଷ୍ଟାକକୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆଁ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକି ଚାଲିଥିଲେ। ଏହି ଘଟଣା ଭିଜିଲାନ୍ସ ବିଭାଗ ନଜରରେ ପଡିଥିଲା । ଭିଜିଲାନ୍ସର ପ୍ରାରମ୍ଭିକ ତଦନ୍ତରେ ଶହ ଶହ କୋଟି ଟଙ୍କାର ହେର୍ ଫେର ହୋଇଥିବାର ଜଣା ପଡିଥିଲା । ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇକୁ କେସ ହସ୍ତାନ୍ତର କରାଯାଇଥିଲା । ଉକ୍ତ ଘଟଣା ସମ୍ପର୍କରେ ବୁଧୁବାର ଟେନସା ସ୍ଥିତ ବରସୁଆ ଲୌହ ଖଣି କାର୍ଯ୍ୟାଳୟରେ ସମସ୍ତ ଖୋଳତାଡ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ CBI ପକ୍ଷରୁ ଡକାଯାଇଛି ।

Tags: