ମର୍ସଡ଼ିଜ କାରରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣା: ତିନି ଅଭିଯୁକ୍ତଙ୍କ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି
ଭୁବନେଶ୍ୱର:ମର୍ସଡ଼ିଜ କାରରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଜବତ ଘଟଣାରେ ତିନି ଅଭିଯୁକ୍ତର ସରୁଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି।ସନ୍ତୋଷ ମହାରଣା, ଦେବଦତ୍ତ ମହାପାତ୍ର ଓ ଚଞ୍ଚଳ ମୁଖାର୍ଜୀଙ୍କ ସରୁଛି ୫ଦିନିଆ ରିମାଣ୍ଡ ଅବଧି। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧିରେ ସିବିଆଇ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି। ଏହି ତିନି ଜଣଙ୍କ ବ୍ୟତୀତ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠିଙ୍କ ଡ୍ରାଇଭରଙ୍କ ସମେତ ଏକ ଘରୋଇ ହୋଟେଲର ମ୍ୟାନେଜରଙ୍କୁ ମଧ୍ୟ ପଚାରୁଚୁରା କରିଛି। ଅନ୍ୟପଟେ ବ୍ରିଜ […]
ଭୁବନେଶ୍ୱର:ମର୍ସଡ଼ିଜ କାରରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଜବତ ଘଟଣାରେ ତିନି ଅଭିଯୁକ୍ତର ସରୁଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି।ସନ୍ତୋଷ ମହାରଣା, ଦେବଦତ୍ତ ମହାପାତ୍ର ଓ ଚଞ୍ଚଳ ମୁଖାର୍ଜୀଙ୍କ ସରୁଛି ୫ଦିନିଆ ରିମାଣ୍ଡ ଅବଧି।
ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧିରେ ସିବିଆଇ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି।
ଏହି ତିନି ଜଣଙ୍କ ବ୍ୟତୀତ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠିଙ୍କ ଡ୍ରାଇଭରଙ୍କ ସମେତ ଏକ ଘରୋଇ ହୋଟେଲର ମ୍ୟାନେଜରଙ୍କୁ ମଧ୍ୟ ପଚାରୁଚୁରା କରିଛି। ଅନ୍ୟପଟେ ବ୍ରିଜ ଆଣ୍ଡ ରୁଫ କାର୍ଯ୍ୟାଳୟ ସମେତ ପେଣ୍ଟା ଏ ସ୍ତୁଡ଼ିଓରେ ମଧ୍ୟ ରେଡ କରିଛି ସିବିଆଇ। ଆଜି ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ତୃତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିପାରେ ସିବିଆଇ।




