ଲାଞ୍ଚ ନେବାବେଳେ ପୋଷ୍ଟାଲ କର୍ମଚାରୀଙ୍କୁ ଧରିଲା ସିବିଆଇ

ଉଦଳା : ଲାଞ୍ଚ ନେବା ଅଭିଯୋଗରେ ରାଜ୍ୟରେ ଦିନକୁ ଦିନ ଧରାପଡୁଛନ୍ତି ବିଭିନ୍ନ ସରକାରୀ ବାବୁ । ଉଦଳା ପୋଷ୍ଟାଲ କର୍ମଚାରୀଙ୍କୁ ଲାଞ୍ଚ ନେବାବେଳେ ଧରିଛି ସିବିଆଇ । ୧୦ହଜାର ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି ପୋଷ୍ଟାଲ ଇନିସ୍ପେକଟର ରାଜେନ୍ଦ୍ର କୁମାର ପୃଷ୍ଟି । ସାର୍ଟିଫିକେଟ କରାଇ ଦେବା ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ସିବିଆଇ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିବା ପରେ ମାମଲା ରୁଜୁ କରି […]

Samaya Live Picture
Published On

ଉଦଳା : ଲାଞ୍ଚ ନେବା ଅଭିଯୋଗରେ ରାଜ୍ୟରେ ଦିନକୁ ଦିନ ଧରାପଡୁଛନ୍ତି ବିଭିନ୍ନ ସରକାରୀ ବାବୁ । ଉଦଳା ପୋଷ୍ଟାଲ କର୍ମଚାରୀଙ୍କୁ ଲାଞ୍ଚ ନେବାବେଳେ ଧରିଛି ସିବିଆଇ । ୧୦ହଜାର ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି ପୋଷ୍ଟାଲ ଇନିସ୍ପେକଟର ରାଜେନ୍ଦ୍ର କୁମାର ପୃଷ୍ଟି । ସାର୍ଟିଫିକେଟ କରାଇ ଦେବା ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ସିବିଆଇ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିବା ପରେ ମାମଲା ରୁଜୁ କରି ଗିରଫ କରିଛି। ଏଥିସହ ତାଙ୍କ ଘର ଏବଂ ଅଫିସରେ ସିବିଆଇ ଚଢ଼ଉ କରି ଛାନ୍‌‌ଭିନ୍‌‌ କରିଛି ।

ସୂଚନାନୁସାରେ,ଉଦଳା ଡାକସର୍କଲ ଅଧୀନ କୁଶଳଦା ପଥୁରିକଟା ପୋଷ୍ଟ ଅଫିସର ଜିଡିଏସ୍‌ ବିପିଏମ ମଳୟ କୁମାର ବେହେରା ପ୍ରଥମେ ଡାକ ବିଭାଗରେ ଚାକିରି କରିଥିବା ବେଳେ ଏବେ ସେ ଶିକ୍ଷକ ଭାବେ ଚାକିରି ପାଇଛନ୍ତି। ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ଇସ୍ତଫା ସହ ପୋଷ୍ଟ ୱାର୍କ ଭେରିଫିକେସନ୍‌ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ଏହି ସାର୍ଟିଫିକେଟ୍‌ ପାଇଁ ମଳୟ ଉଦଳା ଡାକ ନିରୀକ୍ଷକ ରାଜେନ୍ଦ୍ର କୁମାର ପୃଷ୍ଟିଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ୍‌ ଦେବାକୁ ରାଜେନ୍ଦ୍ର ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସନ୍ଧ୍ୟାରେ ରାଜେନ୍ଦ୍ର ତାଙ୍କ ଉଦଳାସ୍ଥିତ ବାସଭବନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ ତାଙ୍କୁ ମାଡ଼ି ବସିଥିଲା। ସେହି ସମୟରେ ସେ ଟଙ୍କା ଫୋପାଡ଼ି ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସିବିଆଇ ହାତରୁ ବର୍ତ୍ତି ପରି ନଥିଲେ ।

Tags: