ସିବିଆଇ ଜାଲରେ ପଞ୍ଜାବ ଡ଼ିଆଇଜି,ଘରୁ ମିଳିଲା ନଗଦ ୫ କୋଟି

ନୂଆଦିଲ୍ଲୀ : ପଞ୍ଜାବ ବରିଷ୍ଠ ଆଇପିଏସ ଅଫିସର ହରଚରଣ ସିଂହ ଭୁଲ୍ଲରଙ୍କ ଘରେ ସିବିଆଇ ଚଢ଼ାଉ । ଘରୁ ୫ କୋଟି ନଗଦ ଟଙ୍କା,ସହିତ ଦେଢ଼ କିଲୋ ସୁନା, ୨ଟି ଦାମୀ କାର (ମର୍ସିଡିସ,ଓଡି) ୨୨ଟି ନାମୀ ଦାମୀ ବ୍ରାଣ୍ଡର ଘଣ୍ଟା,୪୦ ଲିଟର ବିଦେଶୀ ମଦ,ଏୟାର ଗନ ସହ ବହୁ ଜମିବାଡ଼ି ସମ୍ପର୍କିତ କାଗଜ ପତ୍ର ଜବତ କରିଛି । ପୂର୍ବରୁ ୮ ଲକ୍ଷ ଟଙ୍କା ଲାଞ୍ଚନେବା ଅଭିଯୋଗରେ ଗିରଫ ହୋଇଛନ୍ତି ପଞ୍ଜାବ ପୋଲିସର DIG ହରଚରଣ […]

ସିବିଆଇ ଜାଲରେ ପଞ୍ଜାବ ଡ଼ିଆଇଜି,ଘରୁ ମିଳିଲା ନଗଦ ୫ କୋଟି
Samaya Live Picture
Published On

ନୂଆଦିଲ୍ଲୀ : ପଞ୍ଜାବ ବରିଷ୍ଠ ଆଇପିଏସ ଅଫିସର ହରଚରଣ ସିଂହ ଭୁଲ୍ଲରଙ୍କ ଘରେ ସିବିଆଇ ଚଢ଼ାଉ । ଘରୁ ୫ କୋଟି ନଗଦ ଟଙ୍କା,ସହିତ ଦେଢ଼ କିଲୋ ସୁନା, ୨ଟି ଦାମୀ କାର (ମର୍ସିଡିସ,ଓଡି) ୨୨ଟି ନାମୀ ଦାମୀ ବ୍ରାଣ୍ଡର ଘଣ୍ଟା,୪୦ ଲିଟର ବିଦେଶୀ ମଦ,ଏୟାର ଗନ ସହ ବହୁ ଜମିବାଡ଼ି ସମ୍ପର୍କିତ କାଗଜ ପତ୍ର ଜବତ କରିଛି । ପୂର୍ବରୁ ୮ ଲକ୍ଷ ଟଙ୍କା ଲାଞ୍ଚନେବା ଅଭିଯୋଗରେ ଗିରଫ ହୋଇଛନ୍ତି ପଞ୍ଜାବ ପୋଲିସର DIG ହରଚରଣ ସିଂହ ଭୁଲ୍ଲର । ତେବେ ଲାଞ୍ଚ କାରବାରରେ ହରଚରଣଙ୍କ ମଧ୍ୟସ୍ଥତା କରୁଥିବା କ୍ରିଷ୍ଣା ନାମକ ବ୍ୟକ୍ତିଙ୍କ ଘରେ ମଧ୍ୟ ସିବିଆଇ ଚଢଉ କରିଛି। ତାଙ୍କ ଘରୁ ନଗଦ ୨୧ ଲକ୍ଷ ଟଙ୍କା ଜବତ କରିଛି ସିବିଆଇ । ହରଚରଣଙ୍କ ସହିତ କ୍ରିଷ୍ଣାଙ୍କୁ ଗିରଫ କରାଯାଇଥିବାବେଳେ ଉଭୟଙ୍କୁ ଶୁକ୍ରବାର ଅଦାଲତରେ ହାଜର କରାଯିବ।

ତଗଡ ସାହିବର ଆକାଶ ଭଟ୍ଟ ନାମକ ପଞ୍ଜାବ ଫତେଗ ଜଣେ ସ୍କ୍ରାପ୍ ଡିଲରଙ୍କୁ ମିଥ୍ୟା ମାମଲାରେ ଫସାଇବାର ଧମକ ଦେଇ ହରିଚରଣ ୮ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଆକାଶ ସିବିଆଇକୁ ଜଣାଇବା ସହ ଲିଖୂତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିଥିଲା। ହରଚରଣଙ୍କ ମଧ୍ୟସ୍ଥ କ୍ରିଷ୍ଣା ସହ ଆକାଶ କରିଥିବା କ‌ଥାବାର୍ଭାକୁ ଆଧାର କରି ତଦନ୍ତ ଦିଗରେ ଆଗକୁ ବଢିଥିଲା।

ହରଚରଣ ସିଂହ ଭୁଲ୍ଲର ପୂର୍ବରୁ ମୋହାଲିର SSP ଓ ପଟିଆଲା ରେଞ୍ଜର DIG ଭାବେ କାମ କରିଥିଲେ। ନଭେମ୍ବର ୨୦୨୪ ରେ ତାଙ୍କ ନିଯୁକ୍ତି ରୋପର ରେଞ୍ଜରେ ହୋଇଥିଲା।

Tags: