ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା,NHRC ରେ ମାମଲା ରୁଜୁ

ସମ୍ବଲପୁର : ପୋଲିସ ମାଡ଼ରେ ଚୋରି ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର (NHRC )ଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ । ଚୋରି ଅଭିଯୋଗରେ ଥାନାରେ ଅଟକ ବ୍ୟକ୍ତିଙ୍କୁ ପୁଲିସ୍‌ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । କମିଶନ୍ ଏହି ଅଭିଯୋଗକୁ ଗ୍ରହଣ କରିବା ସହ, ଘଟଣା ନେଇ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ । ଘଟନାନୁସାରେ,ଗତ ରବିବାର ହୀରାକୁଦ ଝାଙ୍କରପଡ଼ାସ୍ଥିତ ଦିଲ୍ଲୀପ ପ୍ରଧାନଙ୍କ ଗ୍ୟାରେଜରୁ ପାଣି […]

Samaya Live Picture
Published On

ସମ୍ବଲପୁର : ପୋଲିସ ମାଡ଼ରେ ଚୋରି ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର (NHRC )ଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ । ଚୋରି ଅଭିଯୋଗରେ ଥାନାରେ ଅଟକ ବ୍ୟକ୍ତିଙ୍କୁ ପୁଲିସ୍‌ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । କମିଶନ୍ ଏହି ଅଭିଯୋଗକୁ ଗ୍ରହଣ କରିବା ସହ, ଘଟଣା ନେଇ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ ।

ଘଟନାନୁସାରେ,ଗତ ରବିବାର ହୀରାକୁଦ ଝାଙ୍କରପଡ଼ାସ୍ଥିତ ଦିଲ୍ଲୀପ ପ୍ରଧାନଙ୍କ ଗ୍ୟାରେଜରୁ ପାଣି ମୋଟର ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ଖ୍ରୀଷ୍ଟିଆନ୍‌ପଡ଼ାର ମହମ୍ମଦ କାଦିର ଶେଖ (୨୭) । ଗିରଫ ପରେ ତାକୁ ପୁଲିସ୍‌ କୋର୍ଟ ଚାଲାଣ କରୁଥିଲା । ହେଲେ କୋର୍ଟ ନେବା ବାଟରେ ମହମ୍ମଦଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହାଜତରେ ତାଙ୍କ ଉପରେ କରାଯାଇଥିବା ଥାର୍ଡ ଡିଗ୍ରୀ ପାଇଁ କାଦିରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଗତକାଲି ରାତି ଅଧରେ ହୀରାକୁଦ ଥାନା ଘେରିଥିଲେ ଉତ୍ତ୍ୟକ୍ତ ଲୋକ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ।

Tags: