ମାଲିକାଣୀଙ୍କୁ ହତ୍ୟା,ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ୱର : ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ I ଭୁବନେଶ୍ୱର ରାଜମହଲ ଛକରେ ମାଲିକାଣିକୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ କାଠ ମିସ୍ତ୍ରୀକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା । ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା କରିଥିଲା । ନନ୍ଦ କିଶୋରକୁ ଗିରଫ କରିବା ପରେ ଘଟଣାସ୍ଥଳକୁ ନେଇ କ୍ରାଇମ୍ […]

Samaya Live Picture
Published On

ଭୁବନେଶ୍ୱର : ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ I ଭୁବନେଶ୍ୱର ରାଜମହଲ ଛକରେ ମାଲିକାଣିକୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ କାଠ ମିସ୍ତ୍ରୀକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା । ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା କରିଥିଲା । ନନ୍ଦ କିଶୋରକୁ ଗିରଫ କରିବା ପରେ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରୁଛି ପୋଲିସ । ମାଲିକାଣିଙ୍କୁ କିଭଳି ହତ୍ୟା କରିଥିଲା ପୋଲିସକୁ ତାର ଡେମୋ ଦେଖାଉଛି ଅଭିଯୁକ୍ତ I

ଘଟନାନୁସାରେ,ମୃତା ମାଲିକାଣୀ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା I ତାଙ୍କ ଘର ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରେ I ସେ ସ୍ଥାନୀୟ ଶିଶୁଭବନ ଅଞ୍ଚଳରେ ଭଡାରେ ରହୁଥିଲେ Iଦୀପିକା ସ୍ୱାମୀଙ୍କର ଏକ ମୋବାଇଲ ଦୋକାନ ଭୁବନେଶ୍ୱର ବାପୁଜୀ ନଗରରେ ରହିଛି I ଦୋକାନର କାଠ କାମ ପାଇଁ ଘଟଣା ଘଟିବାର ୨୦ ଦିନ ଆଗରୁ ଅଭିଯୁକ୍ତ ନନ୍ଦ କିଶୋରଙ୍କୁ ନିଯୁକ୍ତି ଦେଇଥିଲେ ଦୋକାନ ମାଲିକ କୁଞ୍ଜ ବିହାରୀ ଦତ୍ତ I ତେବେ ନନ୍ଦକିଶୋର, କୁଞ୍ଜ ବିହାରୀଙ୍କ ଘରେ ରହି କାମ କରୁଥିଲେ I ଏହି ସମୟରେ ତାଙ୍କର ମାଲିକାଣୀ ଗୀତାଞ୍ଜଳିଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା I ଘଟଣା ଘଟିବା ଦିନ ସନ୍ଧ୍ୟାବେଳେ ଗୀତାଞ୍ଜଳି ସ୍ୱାମୀଙ୍କ ମୋବାଇଲ ଦୋକାନକୁ ଆସି ଘରକୁ ଫେରୁଥିଲେ I ଏହିସମୟରେ ନନ୍ଦ କିଶୋର ଗୀତାଞ୍ଜଳିଙ୍କୁ ରାଜମହଲ ଛକ ଠାରେ ଅଟକାଇ ତାଙ୍କ ସହିତ ଯିବାକୁ ବାଧ୍ୟ କରିଥିଲା I ମାତ୍ର ଏଥିରେ ଗୀତାଞ୍ଜଳି ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ସେଠାରେ ଝଗଡା ହୋଇଥିଲା I ତେବେ ନନ୍ଦକିଶୋର କିଛି ବାଟ ଯିବା ପରେ ଏକ ଛୁରୀ ଆଣି ଗୀତାଞ୍ଜଳିଙ୍କ ପେଟରେ ଭୁସି ହତ୍ୟାକରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା I ଗୁରୁତର ଅବସ୍ଥାରେ ଗୀତଞ୍ଜଳିଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ନିଆଯାଇଥିଲା I ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା Iମୃତକଙ୍କ ସ୍ୱାମୀ କୁଞ୍ଜବିହାରୀ ଦତ୍ତ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ I ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚଢ଼ାଉ ଜାରି ରଖି ଆଜି ନନ୍ଦକିଶୋରକୁ ଗିରଫ କରିଛି I

Tags: