ସାଇବର ଠକଙ୍କ କବଳରେ ରାଜଧାନୀ , UPI ଜରିଆରେ ସର୍ବାଧିକ ଠକେଇ
ଭୁବନେଶ୍ୱର :ରାଜଧାନୀ ଭୁବନେଶ୍ୱରରେ ସାଇବର ଠକଙ୍କ ପ୍ରାଦୁର୍ଭାବ । ୬ ମାସ ମଧ୍ୟରେ ଲଗାଇଛନ୍ତି ୩୬ କୋଟି ଟଙ୍କାର ଚୁନ I ସାମ୍ନାକୁ ଆସିଲା ଭୁବନେଶ୍ୱର ସାଇବର ଥାନାର ୬ ମାସର ରିପୋର୍ଟ । ସାଇବର ଠକଙ୍କ ନିକଟରୁ ଜବତ ହୋଇଛି ୯ କୋଟି ୫୦ ଲକ୍ଷ ଟଙ୍କା । ସେଥିମଧ୍ୟରୁ ୪୬ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ଫେରସ୍ତ କରାଯିବ ସହ ୨ ଜଣ ଆନ୍ତଃ ରାଜ୍ୟ ଠକଙ୍କ ସହ ୨୧ ଜଣଙ୍କୁ ଅଟକ ରଖିଛି ପୋଲିସ […]
ଭୁବନେଶ୍ୱର :ରାଜଧାନୀ ଭୁବନେଶ୍ୱରରେ ସାଇବର ଠକଙ୍କ ପ୍ରାଦୁର୍ଭାବ । ୬ ମାସ ମଧ୍ୟରେ ଲଗାଇଛନ୍ତି ୩୬ କୋଟି ଟଙ୍କାର ଚୁନ I ସାମ୍ନାକୁ ଆସିଲା ଭୁବନେଶ୍ୱର ସାଇବର ଥାନାର ୬ ମାସର ରିପୋର୍ଟ । ସାଇବର ଠକଙ୍କ ନିକଟରୁ ଜବତ ହୋଇଛି ୯ କୋଟି ୫୦ ଲକ୍ଷ ଟଙ୍କା । ସେଥିମଧ୍ୟରୁ ୪୬ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ଫେରସ୍ତ କରାଯିବ ସହ ୨ ଜଣ ଆନ୍ତଃ ରାଜ୍ୟ ଠକଙ୍କ ସହ ୨୧ ଜଣଙ୍କୁ ଅଟକ ରଖିଛି ପୋଲିସ I ଇନଭେଷ୍ଟ ଫ୍ରଡ଼ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଲୁଟେରା ।
ସୂଚନାନୁସାରେ,ଜାନୁଆରୀ ୧ ରୁ ଜୁନ ୩୦ ମଧ୍ୟରେ ୩୬ କୋଟି ଟଙ୍କାର ଠକେଇ ହୋଇଛି । ୬ ମାସ ମଧ୍ୟରେ ୨୩ ଶହ ୯୪ ଟି ରିପୋର୍ଟ ହୋଇଛି । ସେଥିମଧ୍ୟରୁ ୧୧୦ ଟି କେସ ରେଜିଷ୍ଟର ହୋଇଛି ।
ତେବେ UPI କାରବାର ବେଳେ ସର୍ବାଧିକ ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଛି। ସୋସିଆଲ ମିଡିଆ, RTGS, NEFT ଜରିଆରେ ମଧ୍ୟ ଅଧିକ ଠକେଇ ନେଇ ଅଭିଯୋଗ ହୋଇଛି । ତେବେ ସାଇବର ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରିଅର ଫ୍ରଡ଼ । ପାର୍ଶଲ ରେ ନିଶା କାରବାର ହେଉଥିବା ନେଇ ବଡ଼ବଡ଼ିଆଙ୍କୁ ମୁମ୍ବାଇ ପୋଲିସ, କ୍ରାଇମବ୍ରାଞ୍ଚ, ନାର୍କୋଟିକ୍ସ ବ୍ୟୁରୋ ନାଁ ରେ ଅନେକ ଫୋନ ଆସୁଛି । ଡିଜିଟାଲ ଆରେଷ୍ଟ କରାଯାଇ କୋଟି କୋଟି ଲୁଟ ହେଉଛି । ତେବେ ଏହି ଠକଙ୍କ କବଳରୁ ବର୍ତ୍ତିବା ପାଇଁ ୧୯୩୦ ନମ୍ବରକୁ କଲ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ।




