ରାଜଧାନୀ: ହିଟ ଆଣ୍ଡ ରନ ମାମଲା,ବନ୍ଧାହେଲା କାର ମାଲିକ

ଭୁବନେଶ୍ୱର : ରାଜମହଲ ଛକ ହିଟ୍ ଆଣ୍ଡ ରନ୍ ମାମଲା। ଗିରଫ ହେଲା ଅଭିଯୁକ୍ତ କାର୍ ମାଲିକ। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବାବେଳେ ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗତ ୩ ଦିନ ପୂର୍ବରୁ ରାଜମହଲ ଫୁଟପାଥ୍‌ରେ ଶୋଇଥିବା ୨ଜଣ ଶ୍ରମିକଙ୍କ ଉପରେ ଗାଡି ଚଢ଼ି ଦେଇଥିଲା ଅଭିଯୁକ୍ତ । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି I ସୂଚନା ଅନୁସାରେ ଘଟଣାଦିନ,ବିଳମ୍ବିତ […]

Samaya Live Picture
Published On

ଭୁବନେଶ୍ୱର : ରାଜମହଲ ଛକ ହିଟ୍ ଆଣ୍ଡ ରନ୍ ମାମଲା। ଗିରଫ ହେଲା ଅଭିଯୁକ୍ତ କାର୍ ମାଲିକ। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବାବେଳେ ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗତ ୩ ଦିନ ପୂର୍ବରୁ ରାଜମହଲ ଫୁଟପାଥ୍‌ରେ ଶୋଇଥିବା ୨ଜଣ ଶ୍ରମିକଙ୍କ ଉପରେ ଗାଡି ଚଢ଼ି ଦେଇଥିଲା ଅଭିଯୁକ୍ତ । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି I

ସୂଚନା ଅନୁସାରେ ଘଟଣାଦିନ,ବିଳମ୍ବିତ ରାତିରେ ବିକାଶ୍ ପାଲ୍ ଚଲାଉଥିବା କାର ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା। ଏହି ଦୁର୍ଘଟଣା ଘଟାଇ ଅଭିଯୁକ୍ତ ବିକାଶ ଗାଡ଼ିଟିକୁ ଦ୍ରୁତ ଗତିରେ ନେଇ କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା । ଲିଙ୍ଗିପୁର ବାଙ୍କୁଆଳ ଦୟାନଦୀ ଭିତରକୁ ଗାଡିଟି ଫିଙ୍ଗିଦେଇ ଖସିଯିବାକୁ ସମର୍ଥ ହୋଇଥିଲା ବିକାଶ । ସେହିଦିନ ଠାରୁ ଅଭିଯୁକ୍ତକୁ ଖୋଜୁଥିଲା ଖଣ୍ଡଗିରି ପୋଲିସ I ଶେଷରେ ଆଜି ବିକାଶ ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବାବେଳେ ତାଙ୍କୁ ଧରାଯାଇଛି I ଅଭିଯୁକ୍ତ ବିକାଶ ପାଲଙ୍କ ନାଁରେ ୨୭୯,୩୦୪(ଏ) ରେ ମାମଲା ରୁଜୁ କରାଯାଇଛି I

Tags: