ମାଲକାନଗିରିରୁ ଗଞ୍ଜେଇ ଓ ବ୍ରାଉନସୁଗର ଜବତ ,୬ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳାରୁ ଜବତ ହେଲା ଗଞ୍ଜେଇ ଓ ବ୍ରାଉନସୁଗର I ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର I ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କାଲିମେଳା ଥାନା ପୋଲିସ l ସୂଚନାନୁସାରେ,କାଲିମେଳା ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ ପୁଲିମେଟଲା ଛକରେ ପେଟ୍ରୋଲିଂ କରିବା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ l ଏକ କାରରେ ଦ୍ରୁତ ଗତିରେ ଯାଉଥିବା ବେଳେ ସେଥିରୁ ୫୦ […]
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳାରୁ ଜବତ ହେଲା ଗଞ୍ଜେଇ ଓ ବ୍ରାଉନସୁଗର I ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର I ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କାଲିମେଳା ଥାନା ପୋଲିସ l
ସୂଚନାନୁସାରେ,କାଲିମେଳା ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ ପୁଲିମେଟଲା ଛକରେ ପେଟ୍ରୋଲିଂ କରିବା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ l ଏକ କାରରେ ଦ୍ରୁତ ଗତିରେ ଯାଉଥିବା ବେଳେ ସେଥିରୁ ୫୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ l ଏହା ସହ ୩ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚୁରା କରିବାରୁ ଆଉ ୨ ଜଣଙ୍କର ଲିଙ୍କ୍ ଥିବାର ଜଣାପଡ଼ିଛି I ସେମାନେ ମାଲକାନଗିରି ବସଷ୍ଟାଣ୍ଡ ନିକଟ ଏକ ଲଜ୍ରେ ରହୁଥିଲେ I ପୋଲିସ ସେଠାରେ ଚଡ଼ଉ କରିବା ପରେ ଆଉ ୨ ଜଣଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗର ଜବତ କରିଛି I ଏହା ସହ ୧ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଓ ମୋବାଇଲ ଫୋନ ଜବତ ହୋଇଛି I ତେବେ ୫ ଅଭିଯୁକ୍ତଙ୍କ ଘର ବାହାର ରାଜ୍ୟରେ ହୋଇଥିବାବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି I




