ରାଜଧାନୀରେ ତିନ୍ ପାହାଡି ଗ୍ୟାଙ୍ଗର ୮ ଡକାୟତ ଗିରଫ
ଭୁବନେଶ୍ୱର : କମିଶନରେଟ ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ହାତରେ ଧରାପଡିଛନ୍ତି ତିନ୍ ପାହାଡ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୮ ଜଣ ଡକାୟତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି I ଏମାନଙ୍କ ନିକଟରୁ ୨୨ଟି ମୋବାଇଲ ସହ ୧ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି I ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଗିରଫ ଡକାୟତ ସମସ୍ତେ ଝାଡଖଣ୍ଡ ଅଞ୍ଚଳର। ଏମାନେ ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ […]
ଭୁବନେଶ୍ୱର : କମିଶନରେଟ ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ହାତରେ ଧରାପଡିଛନ୍ତି ତିନ୍ ପାହାଡ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୮ ଜଣ ଡକାୟତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି I ଏମାନଙ୍କ ନିକଟରୁ ୨୨ଟି ମୋବାଇଲ ସହ ୧ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି I ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ଗିରଫ ଡକାୟତ ସମସ୍ତେ ଝାଡଖଣ୍ଡ ଅଞ୍ଚଳର। ଏମାନେ ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଦୀର୍ଘ ଦିନ ଧରି ଲୁଟ୍ କରୁଥିଲେ। ଭିନ୍ନ ଭିନ୍ନ କୌଶଳରେ ଟଙ୍କା, ମୋବାଇଲ ଆଦି ଲୁଟ୍ କରୁଥିଲେ। କଟକ ଓ ପୁରୀରେ ଏମାନେ ଶତାଧିକ ମୋବାଇଲ ଲୁଟ୍ରେ ସାମିଲ ରହିଛନ୍ତି। ଏହାସହ ମୋବାଇଲ ଲୁଟ୍ ପରେ ୟୁପିଆଇ ହ୍ୟାକ୍ କରି ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଥିଲେ। ଲୋକଙ୍କୁ ଲୁଟିବା ପାଇଁ ଝାଡଖଣ୍ଡରୁ ଭୁବନେଶ୍ୱର ଆସିଥିଲେ। ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ମାମଲା ରହିଛି। ଗ୍ୟାଙ୍ଗରେ ଆହୁରି ସଦସ୍ୟ ଅଛନ୍ତି ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।




