କାଲିଫର୍ଣ୍ଣିଆ ସ୍କୁଲରେ ଗୁଳିକାଣ୍ଡ, ୨ ଛାତ୍ର ମୃତ ଶିକ୍ଷକ ଗୁରୁତର

ୱାଶିଂଟନ:କାର୍ଲିଫଣ୍ଣିଆରେ ଥମୁନାହିଁ ଗୁଳିକାଣ୍ଡ I ଲଗାତାର ଗୁଳିମାଡ଼ରେ ପ୍ରାଣ ହରାଉଛନ୍ତି ନିରୀହ ଜନତା Iସୋମବାର ଦିନ ଡେସ୍ ମୋଇନେସ୍‌ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ୨ ଛାତ୍ରଙ୍କ ମୃତ୍ୟୁ ଘଟିବା ସହିତ ଜଣେ ଶିକ୍ଷକ ଆହତ ହୋଇଛନ୍ତି । ଡେସ ମୋଇନ୍ସ ପୋଲିସ ବିଭାଗର ମୁଖପାତ୍ର ପାଲ ପ୍ୟାରିଜେକ୍ କହିଛନ୍ତି, “ଉଭୟ ଛାତ୍ର, ଉଭୟ ଛାତ୍ର ବର୍ତ୍ତମାନ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ବିଦ୍ୟାଳୟର କର୍ମଚାରୀ ଥିବା ତୃତୀୟ ବ୍ୟକ୍ତିଙ୍କର ଅବସ୍ଥା ଗୁରୁତର ରହିଛି।” ତେବେ କେଉଁ କାରଣରୁ […]

Samaya Live Picture
Published On

ୱାଶିଂଟନ:କାର୍ଲିଫଣ୍ଣିଆରେ ଥମୁନାହିଁ ଗୁଳିକାଣ୍ଡ I ଲଗାତାର ଗୁଳିମାଡ଼ରେ ପ୍ରାଣ ହରାଉଛନ୍ତି ନିରୀହ ଜନତା Iସୋମବାର ଦିନ ଡେସ୍ ମୋଇନେସ୍‌ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ୨ ଛାତ୍ରଙ୍କ ମୃତ୍ୟୁ ଘଟିବା ସହିତ ଜଣେ ଶିକ୍ଷକ ଆହତ ହୋଇଛନ୍ତି ।

ଡେସ ମୋଇନ୍ସ ପୋଲିସ ବିଭାଗର ମୁଖପାତ୍ର ପାଲ ପ୍ୟାରିଜେକ୍ କହିଛନ୍ତି, “ଉଭୟ ଛାତ୍ର, ଉଭୟ ଛାତ୍ର ବର୍ତ୍ତମାନ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ବିଦ୍ୟାଳୟର କର୍ମଚାରୀ ଥିବା ତୃତୀୟ ବ୍ୟକ୍ତିଙ୍କର ଅବସ୍ଥା ଗୁରୁତର ରହିଛି।”

ତେବେ କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ । ଏହି ଘଟଣାକୁ ନେଇ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୁଲିସ । ସେମାନଙ୍କୁ ଗୁଳିକାଣ୍ଡ ବିଷୟରେ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି । ଏପର୍ଯ୍ୟନ୍ତ ଛାତ୍ର ମାନଙ୍କ ବୟସ ବିଷୟରେ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ ଇ

ସୂଚନାନୁସାରେ ଗତ ଶନିବାର ରାତିରେ ଦକ୍ଷିଣ କାଲିଫର୍ନିଆର ଏକ ଡ୍ୟାନ୍ସ ବାର ରେ ଚାଇନା ନବ ବର୍ଷ ପାଳନ ଅବସରରେ ଜଣେ ୭୨ ବର୍ଷୀୟ ଏସୀୟ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଗୁଳି ମାଡ଼ କରାଯାଇଥିଲା I ଏଥିରେ ୧୧ ଜଣ ମୃତ୍ୟୁ ଘଟିବା ସହିତ ଅନେକ ଲୋକ ଆହତ ହୋଇଥିଲେ I ଆମେରିକାର କାଲିଫର୍ଣ୍ଣିଆର ମଣ୍ଟେରୀ ପାର୍କରେ ହୋଇଥିବା ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ପରିଚୟ ମିଳିଥିଲା । ଚୀନ ନବବର୍ଷ ପାଳନ ଅବସରରେ ଡ୍ୟାନ୍ସ କ୍ଲବରେ ଗୁଳି ଚଳାଇ ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ୭୨ ବର୍ଷୀୟ ବୃଦ୍ଧ ହୁଉ କାନ୍ ସ୍ରାନ୍। ଡ୍ୟାନ୍ସ ବାର ରେ ଗୁଳି କାଣ୍ଡ ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ତାଙ୍କ ମୃତ ଦେହକୁ ଏକ ଭ୍ୟାନ୍ରୁ ଜବତ କରାଯାଇଥିଲା ।