କଲକାତା ଲଜ୍ଜା,‘ନବାନ୍ନ’ ଅଭିଯାନ ବେଳେ ବିକ୍ଷୋଭ କାରୀ ପୋଲିସ ଧସ୍ତାଧସ୍ତି

କଲକାତା: କଲକାତା ଲଜ୍ଜାକୁ ନେଇ ଛତ୍ର ସଙ୍ଗଠନର ମହା ବିକ୍ଷୋଭ I ଆରଜି.କର ମେଡିକାଲ କଲେଜରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ‘ନବାନ୍ନ’ ଭବନ ଘେରାଉ କରିବା ଅଭିମୁଖେ ବାହାରିଛନ୍ତି ୩୦ ହଜାରରୁ ଅଧିକ ଆନ୍ଦୋଳନକାରୀ। ଏହି ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବିକ୍ଷୋଭକାରୀମାନେ ପୁଲିସ୍ […]

Samaya Live Picture
Published On

କଲକାତା: କଲକାତା ଲଜ୍ଜାକୁ ନେଇ ଛତ୍ର ସଙ୍ଗଠନର ମହା ବିକ୍ଷୋଭ I ଆରଜି.କର ମେଡିକାଲ କଲେଜରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ‘ନବାନ୍ନ’ ଭବନ ଘେରାଉ କରିବା ଅଭିମୁଖେ ବାହାରିଛନ୍ତି ୩୦ ହଜାରରୁ ଅଧିକ ଆନ୍ଦୋଳନକାରୀ।

ଏହି ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବିକ୍ଷୋଭକାରୀମାନେ ପୁଲିସ୍ ବ୍ୟାରିକେଡ୍ ଉପରକୁ ଚଢ଼ି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନ କରୁଥିବା ଛାତ୍ରଙ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ସହ ପାଣି ମାଡ କରାଯାଇଥିଲା। ଏହା ସତ୍ୱେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଆଡକୁ ଅଗ୍ରସର ହେଉଥିବାରୁ ଲାଠି ଚାର୍ଜ କରିଛି ପୁଲିସ। ମମତାଙ୍କୁ ସୁରକ୍ଷା ଦେବାକୁ ସଚିବାଳୟ ମାର୍ଗରେ ୬ହଜାର ଯବାନ ମୁତୟନ ହେବା ସହ ଶହ ଶହ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅଭୟାଙ୍କୁ ନ୍ୟାୟ ଓ ମମତାଙ୍କ ଇସ୍ତଫା ଦାବି କରି କଲକାତାରେ ବଡ ବିକ୍ଷୋଭ କରୁଛନ୍ତି ଛାତ୍ର ସଂଗଠନ। ପୋଲିସ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି I ତେବେ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଉତ୍ତେଜନା ମୂଳକ ରହିଛି ।

ସେପଟେ ଏହାକୁ ଦୃଢ ସମର୍ଥନ ଜଣାଇଛି ବିଜେପି । ବିକ୍ଷୋଭରତ ଜୁନିୟର ଡାକ୍ତର ସଂଘ ଏଥିରେ ଯୋଗ ଦେବେ ନାହିଁ ବୋଲି ମତ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ଏହି ଡାକରା ଦେଇଛି।

Tags: