ବସ ଓ ଆମ୍ବୁଲାନ୍ସ ମୁହାଁମୁହିଁ

ଭଦ୍ରକ : ବସ ଓ ଆମ୍ବୁଲାନ୍ସ ମୁହାଁମୁହିଁ l ଭାରସ୍ୟାମ ହରାଇ ଓଲଟି ପଡିଥିବା ଜଣାପଡିଛି l ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବରପଦା ନିକଟ ଅରଞ୍ଜି ଛକରେ ବୋଲି ଜଣାଯାଇଛି l ସୂଚନାନୁସାରେ , ବସ ଓ ଆମ୍ବୁଲାନ୍ସ ଧକ୍କା l ଏହି ଘଟଣା ଟି ଭଦ୍ରକ ଜିଲ୍ଲା ବରପଦା ନିକଟ ଅରଞ୍ଜି ଛକ ଠାରେ ବସ୍‌ ଓ ୧୦୨ ଆମ୍ବୁଲାନ୍ସ ମଧ୍ୟରେ ସାମ୍ନାସାମ୍ନି ଧକ୍କା ଘଟିଛି। ଏହି ଧକ୍କାରେ ବସ ଓ […]

Samaya Live Picture
Published On

ଭଦ୍ରକ : ବସ ଓ ଆମ୍ବୁଲାନ୍ସ ମୁହାଁମୁହିଁ l ଭାରସ୍ୟାମ ହରାଇ ଓଲଟି ପଡିଥିବା ଜଣାପଡିଛି l ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବରପଦା ନିକଟ ଅରଞ୍ଜି ଛକରେ ବୋଲି ଜଣାଯାଇଛି l
ସୂଚନାନୁସାରେ , ବସ ଓ ଆମ୍ବୁଲାନ୍ସ ଧକ୍କା l ଏହି ଘଟଣା ଟି ଭଦ୍ରକ ଜିଲ୍ଲା ବରପଦା ନିକଟ ଅରଞ୍ଜି ଛକ ଠାରେ ବସ୍‌ ଓ ୧୦୨ ଆମ୍ବୁଲାନ୍ସ ମଧ୍ୟରେ ସାମ୍ନାସାମ୍ନି ଧକ୍କା ଘଟିଛି। ଏହି ଧକ୍କାରେ ବସ ଓ ଆମ୍ବୁଲାନ୍ସ ଉଭୟ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକରୁ ଯାତ୍ରୀ ନେଇ ଯାଉଥିବା କ୍ରିର୍ଣ୍ଣା ନାମକ ଏକ ଘରୋଇ ବସ୍ ବରପଦା ନିକଟ ଅରଞ୍ଜି ଛକ ଠାରେ ୧୦୨ ଆମ୍ବୁଲାନ୍ସ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ଗାଡିରେ ଥୁବା ଲୋକମାନଙ୍କୁ ଉଦ୍ଧାର କରି ପାଖ ଡାକ୍ତର ଖାନାକୁ ପଠାଇଥିଲେ। ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଚି ଦୃଘଟଣାର ତଦନ୍ତ ଆରମ୍ଭ କରିଛି l

Tags: