ଓଡ଼ିଶାରୁ ଗିରଫ ବୁଖାରୀକୁ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଓଡିଶାରୁ ଧରାପଡ଼ିଥିବା ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀ ବୁଖାରୀକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଯାଜପୁର ନେଉଳପୁରରୁ ଗିରଫ ହୋଇଥିବା ସୟଦ ଈଶାନ ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିବ। ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିଛନ୍ତି। ପାକିସ୍ତାନର କଟ୍ଟର ହିନ୍ଦୁ ବିରୋଧୀ ମୁଫତି ତାରିକ ମାସୁଦ ସହ ରହିଛି ସୟଦ ବୁଖାରୀର ଲିଙ୍କ୍। ଏନେଇ STF ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବୁଖାରୀକୁ […]
ଭୁବନେଶ୍ୱର: ଓଡିଶାରୁ ଧରାପଡ଼ିଥିବା ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀ ବୁଖାରୀକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଯାଜପୁର ନେଉଳପୁରରୁ ଗିରଫ ହୋଇଥିବା ସୟଦ ଈଶାନ ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିବ। ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିଛନ୍ତି। ପାକିସ୍ତାନର କଟ୍ଟର ହିନ୍ଦୁ ବିରୋଧୀ ମୁଫତି ତାରିକ ମାସୁଦ ସହ ରହିଛି ସୟଦ ବୁଖାରୀର ଲିଙ୍କ୍। ଏନେଇ STF ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି।
ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ନେଇ CDR ରିପୋର୍ଟ ବୁଖାରୀର ଆତଙ୍କୀ ଲିଙ୍କ ଖୋଲିବ । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ମିଳିଛି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ତା ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଣ୍ଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ବୁଖାରି I ଆଶଙ୍କା କରାଯାଉଛି, ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ। ତା’ମଧ୍ୟରୁ କିଛି ଡିଲିଟ୍ ହୋଇଥିବା ବୁଖାରୀର ଚାର୍ଟ ହିଷ୍ଟ୍ରିରୁ ଜଣ ପଡିଛି I ସେହିଭଳି ଆଉ କିଛି ତଥ୍ୟ ଲାଗିଛି କ୍ରାଇମବ୍ରାଞ୍ଚ STF ହାତରେ। ତେଣୁ ସିଡ଼ିଆର୍ ଆନାଲିସିସ ଆଧାରରେ ସବୁ ତଥ୍ୟର ରହସ୍ୟ ଖୋଲିବା ପାଇଁ ଯାଜପୁର ରଗଡ଼ି ଜେଲରେ ଥିବା ବୁଖାରୀକୁ ରିମାଣ୍ଡରେ ନେବାକୁ ଯୋଜନା ରଖିଛି କ୍ରାଇମବ୍ରାଞ୍ଚ।




