ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା

କାମାକ୍ଷାନଗର : କାମାକ୍ଷାନଗର ଥାନା ଭୂବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟଙ୍କୁ ନିର୍ମମ ହତ୍ୟା । ମୃତକଙ୍କ ନାଁ ସର୍ବେଶ୍ୱର ରାଉତ I ଗତକାଲି ବିଳମ୍ବିତ ରାତିରେ ସେ ଘରକୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣ କରି ହାଣି ପକାଇଥିଲେ ଦୁର୍ବୃତ୍ତ । ସର୍ବେଶ୍ୱରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । କାଜୁ ବଗିଚାକୁ ନେଇ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି I ଏ ନେଇ ସର୍ବେଶ୍ୱରଙ୍କ ପୁଅ […]

Samaya Live Picture
Published On

କାମାକ୍ଷାନଗର : କାମାକ୍ଷାନଗର ଥାନା ଭୂବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟଙ୍କୁ ନିର୍ମମ ହତ୍ୟା । ମୃତକଙ୍କ ନାଁ ସର୍ବେଶ୍ୱର ରାଉତ I ଗତକାଲି ବିଳମ୍ବିତ ରାତିରେ ସେ ଘରକୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣ କରି ହାଣି ପକାଇଥିଲେ ଦୁର୍ବୃତ୍ତ । ସର୍ବେଶ୍ୱରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । କାଜୁ ବଗିଚାକୁ ନେଇ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି I ଏ ନେଇ ସର୍ବେଶ୍ୱରଙ୍କ ପୁଅ ଥାନାରେ ଏତଲା ଦେଇଛନ୍ତି I

ସୂଚନାନୁସାରେ ,ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଯୋଗେ କାଜୁ ଜଙ୍ଗଲକୁ ଜଗିବାପାଇଁ ଯାଇ ଘରକୁ ଫେରୁଥିଲେ ସର୍ବେଶ୍ବର। ଏହି ସମୟରେ ପୂର୍ବ ଶତ୍ରୁତାରୁ ଯୋଜନା ବଦ୍ଧ ଭାବେ ୮ରୁ ୧୦ ଜଣ ଦୁର୍ବୃତ୍ତ ଜାମୁନାଳି ନିକଟରେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ସେ ବାଇକରୁ ତଳେ ପଡି ଯିବାପରେ ମାରଣାସ୍ତ୍ର ରେ ଦୁବୁର୍ତ୍ତ ମାନେ ତାଙ୍କୁ ହାଣି ପକାଇ ଫେରାର ହୋଇଯାଇଥିଲେ I ଘଟଣାର ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ପୁଅ ଏନେଇ କାମାକ୍ଷାନଗର ଥାନରେ ଲିଖିତ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଅଟକ ରଖି ପଚାର ଉଚରା କରୁଥିବାବେଳେ,ଘଟଣାର ଅଧିକ ତଦନ୍ତ ଜାରି ରଖିଛି I

Tags: