ରାଜଧାନୀରେ ବିଭତ୍ସ ହତ୍ୟା,କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲ୍‌ଗା କରିଦେଲେ ଦୁର୍ବୃତ୍ତ । ମୃତ ଯୁବକ ହେଉଛନ୍ତି ସ୍ଥାନୀୟ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ବୁଧବାର […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲ୍‌ଗା କରିଦେଲେ ଦୁର୍ବୃତ୍ତ । ମୃତ ଯୁବକ ହେଉଛନ୍ତି ସ୍ଥାନୀୟ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍‌ଏସ୍‌ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ । ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଖଣ୍ଡାରେ ଚୋଟ ମାରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

ତେବେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମଞ୍ଚେଶ୍ୱର ଓ ଶହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହ ପୋଲିସ ଛାନଭିନ କରୁଥିବା ବେଳେ କେତେକ ପ୍ରତ୍ୟେକଦର୍ଶୀଙ୍କୁ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ଗୋଟିଏ ପାୟଟେ ପ୍ରଭାସୀ ଭାରତୀୟ ଦିବସ ପାଇଁ ସାରା ରାଜଧାନୀ ସଜେଇ ହୋଇରହିଥିବାବେଳେ ବୁଧବାର ସକାଳୁ ସକାଳୁ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇଦେଇଛି।

Tags: