୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ,୨ ବେପାରୀ ଗିରଫ

ବାଲେଶ୍ୱର : ଅବକାରୀ ବିଭାଗ ହାତରେ ଧରାପଡ଼ିଲେ ୨ ବ୍ରାଉନସୁଗର୍ ବେପାରୀ । ତାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି । ବ୍ରାଉନସୁଗର୍ ବେପାର ପାଇଁ ଡିଲ୍ ଚାଲିଥିବା ବେଳେ ଧରିଛି ବାଲେଶ୍ୱର ଅବକାରୀ ବିଭାଗ। ଗତ ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ନଂ ରାଜ୍ୟ ରାଜପଥ ଭୋଗରାଇର ଜଗନ୍ନାଥପୁର ଛକରୁ ଏହି ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଜଗନ୍ନାଥପୁରରେ ବ୍ରାଉନସୁଗର୍ କାରବାର ହେଉଥିବା ନେଇ ଅବକାରୀ […]

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ,୨ ବେପାରୀ ଗିରଫ
Samaya Live Picture
Published On

ବାଲେଶ୍ୱର : ଅବକାରୀ ବିଭାଗ ହାତରେ ଧରାପଡ଼ିଲେ ୨ ବ୍ରାଉନସୁଗର୍ ବେପାରୀ । ତାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି । ବ୍ରାଉନସୁଗର୍ ବେପାର ପାଇଁ ଡିଲ୍ ଚାଲିଥିବା ବେଳେ ଧରିଛି ବାଲେଶ୍ୱର ଅବକାରୀ ବିଭାଗ। ଗତ ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ନଂ ରାଜ୍ୟ ରାଜପଥ ଭୋଗରାଇର ଜଗନ୍ନାଥପୁର ଛକରୁ ଏହି ୨ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଜଗନ୍ନାଥପୁରରେ ବ୍ରାଉନସୁଗର୍ କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୋମବାର ବିଳମ୍ବିତ ରାତ୍ରି ପ୍ରାୟ ୧ଟାରେ ଡିଲ୍ ହେଉଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଥିଲା। ଏହି ସମୟରେ ୨ ଜଣ ଅଭିଯୁକ୍ତ ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ନିକଟରୁ ୧୪୫ ଗ୍ରାମର ବ୍ରାଉନସୁଗର୍ ସହ ୫ ହଜାର ୫୦୦ ଟଙ୍କା ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗର୍‌ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

Tags: