କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ

ନୟାଗଡ଼ : ବାଉନ ସୁଗାର କାରବାର ବେଳେ ମାଡି ବସିଲା ଏସ୍ଟିଏଫ I ନୟାଗଡ଼ ଜିଲ୍ଲା ପ୍ରତାପପ୍ରସାଦ ଭୈରବୀ ମନ୍ଦିର ନିକଟରେ ଚାଲୁଥିଲା ଏହି କାରବାର I ଏହି କାରବାରରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାଗଡ଼ ଇଟାମାଟି ପୋଲିସ I ଅଭିଯୁକ୍ତ ମାନଙ୍କ ନିକଟରୁ ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି I ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି I ଅଭିଯୁକ୍ତମାନେ […]

Samaya Live Picture
Published On

ନୟାଗଡ଼ : ବାଉନ ସୁଗାର କାରବାର ବେଳେ ମାଡି ବସିଲା ଏସ୍ଟିଏଫ I ନୟାଗଡ଼ ଜିଲ୍ଲା ପ୍ରତାପପ୍ରସାଦ ଭୈରବୀ ମନ୍ଦିର ନିକଟରେ ଚାଲୁଥିଲା ଏହି କାରବାର I ଏହି କାରବାରରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାଗଡ଼ ଇଟାମାଟି ପୋଲିସ I ଅଭିଯୁକ୍ତ ମାନଙ୍କ ନିକଟରୁ ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି I ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି I ଅଭିଯୁକ୍ତମାନେ ନୟାଗଡ଼ ଟାଉନ ଦୁର୍ଗା ପ୍ରସାଦ ଗାଁର ରମେଶ ଜେନା,ରବି ପ୍ରଧାନ ଓ ଟୁକୁନା ରାଉତ I
ଅଭିଯୁକ୍ତମାନେ ବାଇକରେ ଯାଇ ବିଭିନ୍ନ ସ୍ଥାନରେ ଏହି କାରବାର କରିଥାନ୍ତି I ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଇଟାମାଟି ପୋଲିସ ସୂଚନା ଦେଇଛନ୍ତି I

ଅନ୍ୟପଟେ ଆଜି ବାଲେଶ୍ୱରରୁ କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ଏସଟିଏଫ । ରେଳଷ୍ଟେସନ ରୋଡ଼ରୁ ଏହି ବ୍ରାଉନସୁଗର ଜବତ କରିଛି STF । ସନ୍ଧ୍ୟା ସମୟରେ ବ୍ରାଉନସୁଗର ଡିଲ ପାଇଁ ଚାଲିଥିଲା ବଡ଼ମସୁଦ୍ଧା । ଖବର ପାଇ ଛଦ୍ମ ବେଶରେ ଛକି ରହିଥିବା STF ୪ ଅଭିଯୁକ୍ତକୁ କାବୁ କରିଥିଲା । ୪ ଅଭିଯୁକ୍ତଙ୍କ ଘର ବାଳେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ୪ ଜଣ ହେଲେ ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଓ ସମ୍ବିଦ ନାୟକ

Tags: