ବ୍ରାଉନ ସୁଗାର ଜବତ,୩ ଗିରଫ

ଯାଜପୁର : ଯାଜପୁରରୁ ଜବତ ହେଲା ବ୍ରାଉନ ସୁଗାର I ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଟାଉନ ପୋଲିସ I ଏହି କାରବାରରେ ଲିପ୍ତ ଥିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି I ଯାଜପୁରରେ ଅନେକ ଦିନ ଧରି ବ୍ରାଉନ ସୁଗାର କାରବାର ହେଉଥିବା ସୂଚନା ମିଳିଥିଲା I ତେବେ ଆଜି ପ୍ରଶାସନିକ ଭବନ ନିକଟରେ ବ୍ରାଉନ ସୁଗାର ଡ଼ିଲ ହେଉଥିବା ଖବର ପାଇବା ପରେ ଟାଉନଥାନା […]

Samaya Live Picture
Published On

ଯାଜପୁର : ଯାଜପୁରରୁ ଜବତ ହେଲା ବ୍ରାଉନ ସୁଗାର I ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଟାଉନ ପୋଲିସ I ଏହି କାରବାରରେ ଲିପ୍ତ ଥିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି I ଯାଜପୁରରେ ଅନେକ ଦିନ ଧରି ବ୍ରାଉନ ସୁଗାର କାରବାର ହେଉଥିବା ସୂଚନା ମିଳିଥିଲା I ତେବେ ଆଜି ପ୍ରଶାସନିକ ଭବନ ନିକଟରେ ବ୍ରାଉନ ସୁଗାର ଡ଼ିଲ ହେଉଥିବା ଖବର ପାଇବା ପରେ ଟାଉନଥାନା ପୋଲିସ ଅତର୍କିତ ଚଢ଼ାଉ କରି ବ୍ରାଉନ ସୁଗାର ସହିତ ୩ ଜଣ ଅଭିଯୁକ୍ତଂକୁ ଗିରଫ କରିବାରେ ସଫଳ ହୋଇଛି I ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨.୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଯାଜପୁର ଏସଡ଼ିପିଓ I

Tags: