ବ୍ରାଉନ ସୁଗାର ଜବତ, ୨ ବେପାରୀ ଗିରଫ
କଟକ : କଟକରୁ ଜବତ ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର । ଏହି କାରବାରରେ ଲିପ୍ତ ଥିବା ୨ ବେପାରୀଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ। ସେମାନଙ୍କ ନିକଟରୁ ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି,ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହାସହିତ ୨ ବେପାରୀଙ୍କ ନିକଟରୁ ନଗଦ ଦୁଇ ଲକ୍ଷ ଟଙ୍କା ଏବଂ ଗୋଟିଏ ସ୍କୋର୍ପିଓ ଗାଡି ଜବତ କରିଛି ପୋଲିସ […]
କଟକ : କଟକରୁ ଜବତ ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର । ଏହି କାରବାରରେ ଲିପ୍ତ ଥିବା ୨ ବେପାରୀଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ। ସେମାନଙ୍କ ନିକଟରୁ ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି,ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହାସହିତ ୨ ବେପାରୀଙ୍କ ନିକଟରୁ ନଗଦ ଦୁଇ ଲକ୍ଷ ଟଙ୍କା ଏବଂ ଗୋଟିଏ ସ୍କୋର୍ପିଓ ଗାଡି ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ମୁର୍ସିଦାବାଦର ଇଶ୍ୱର ମାହାରା ଓ ବୁଧୁ ରାୟ ।
ଏହି ଦୁଇ ନିଶା ବେପାରୀ ମୁର୍ସିଦାବାଦ ରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ୱର ଖୋର୍ଦ୍ଧା ରେ ବିକ୍ରି କରିଥାନ୍ତେ । ତେବେ ଏହା ପୂର୍ବରୁ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଆଜି ବଡି ଭୋରରୁ କଟକ କାଳିଆ ବୋଦା ନିକଟରେ ଛକି ରହିଥିଲା। ଗାଡି ଅଟକାଇ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୨୫୭ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ଟଙ୍କା ଜବତ ହୋଇଥିଲା I ଗାଡି ସହିତ ଅଭିଯୁକ୍ତ ୨ ବେପାରୀଙ୍କୁ ନିଜ ହେପାଜତକୁ ନେଇ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ବିଷୟରେ ଅଧିକ ତଦନ୍ତ କରୁଛି ଚାଉଳିଆଗଞ୍ଜ ପୋଲିସ ।




