ଶୋଇଥିବାବେଳେ ଭାଇ ଭଉଣୀଙ୍କୁ ଗୁଳିମାଡ଼,କାରଣ ଅସ୍ପଷ୍ଟ
ଅନୁଗୁଳ : ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼ । ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁଳିମାଡ଼ରେ ୧୩ ବର୍ଷୀୟ ଭଉଣୀ ଓ ୯ ବର୍ଷର ଭାଇ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତର । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତନାଘନା ଜାରି ରଖିଛି । ସୂଚନା ଅନୁସାରେ, ଗୁଳିମାଡ ସମୟରେ ସମୟ ରାତି ୧୨ ଟାରୁ […]
ଅନୁଗୁଳ : ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼ । ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁଳିମାଡ଼ରେ ୧୩ ବର୍ଷୀୟ ଭଉଣୀ ଓ ୯ ବର୍ଷର ଭାଇ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତର । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।
ସୂଚନା ଅନୁସାରେ, ଗୁଳିମାଡ ସମୟରେ ସମୟ ରାତି ୧୨ ଟାରୁ ୧ ଟା ଭିତରେ ରହିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଘରକୁ ଆସି ଆଖିବୁଜା ଗୁଳିଚାଳନା କରିଥିଲେ । ଗୁଳିମାଡ଼ ଶବ୍ଦ ଶୁଣି ପରିବାର ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତିତ କରାଯାଇଛି । ତେବେ ଭାଇଭଉଣୀଙ୍କର ଛାଡିରେ ଗୁଳି ବାଜିଥିବା ବେଳେ ଦୁହିଁଙ୍କ ଅବସ୍ଥା ଗୁରୁତର ରହିଛି । ଏଯାଏଁ ଥାନାରେ ପରିବାର ଲୋକଙ୍କ ପକ୍ଷରୁ କୌଣସି ଏତଲା ହୋଇନଥିଲେ ହେଁ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ।




