ଭିଜିଲାନ୍ସ ଜାଲରେ ବିଆରସି

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବ୍ଲକ ରସୋର୍ସ କୋ-ଅର୍ଡିନେଟର I ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବଲାଙ୍ଗୀର ଦେଓଗାଁ ବିଆରସି ମଧୁସୂଦନ ପଟେଲ I ଏସଏଚଜିର ବକେୟା ବିଲ ପାସ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିଛି ଭିଜିଲାନ୍ସ I ସୂଚନାନୁସାରେ, ଝାଡ଼ଖଣ୍ଡର ଜଣେ ଠିକାଦାର ଆଶିଷ ମହମ୍ମଦ ସେଠାରେ ପରିମଳ ଠିକାଦାର ଭାବରେ କାର୍ଯ୍ୟ କରୁଛନ୍ତି I ତାଙ୍କର […]

Samaya Live Picture
Published On

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବ୍ଲକ ରସୋର୍ସ କୋ-ଅର୍ଡିନେଟର I ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବଲାଙ୍ଗୀର ଦେଓଗାଁ ବିଆରସି ମଧୁସୂଦନ ପଟେଲ I ଏସଏଚଜିର ବକେୟା ବିଲ ପାସ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ I ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିଛି ଭିଜିଲାନ୍ସ I

ସୂଚନାନୁସାରେ, ଝାଡ଼ଖଣ୍ଡର ଜଣେ ଠିକାଦାର ଆଶିଷ ମହମ୍ମଦ ସେଠାରେ ପରିମଳ ଠିକାଦାର ଭାବରେ କାର୍ଯ୍ୟ କରୁଛନ୍ତି I ତାଙ୍କର କିଛି ବକେୟା ବିଲ ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ I ବିଆରସି ମଧୁସୂଦନ ପଟେଲ ଏହି ବିଲ ପାସ କରାଇଦେବା ବାବଦକୁ ଆଶିଷଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏହାକୁ ନେଇ ଆଶିଷ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ I ଆଜି ବ୍ଲକ କାର୍ଯ୍ୟାଳୟରେ ମଧୁସୂଦନ ଲାଞ୍ଚ ଟଙ୍କା ନେଉଥିବା ବେଳେ ଯୋଜନା ମୁତାବକ ତାଙ୍କୁ ଧରିଥିଲା ଭିଜିଲାନ୍ସ I ତାଙ୍କ ନିକଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରିବା ସହ ମଧୁସୂଦନଙ୍କର ୨ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ I

Tags: