ଯୁବତୀଙ୍କ ଗଳା କାଟି ହତ୍ୟା ,ଧରା ପଡିବା ଭୟରେ ବିଷ ପି’ଦେଲା ପ୍ରେମିକ
ସୋର : ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣା ,୩ ଦିନ ପରେ ଧରା ହେଲା ଅଭିଯୁକ୍ତ ପ୍ରେମିକ । ଗାଁ ନିକଟରେ ଥିବା ଜଙ୍ଗଲରୁ ଅଭିଯୁକ୍ତ ପ୍ରେମିକ ବିଶ୍ୱରଞ୍ଜନ ପୁହାଣଙ୍କୁ ଗିରଫ କରିଛି ସୋର ପୋଲିସ । ତେବେ ପୋଲିସ ଆସୁଥିବା ଜାଣି ଅଭିଯୁକ୍ତ ବିଷ ପି’ଦେଇ ପୋଖରୀକୁ ଡେଇଁ ପଡିଥିଲା । ଗୁରୁତର ଅବସ୍ଥାରେ ସେଠାରୁ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ । ମୃତା ଯୁବତୀ ହେଉଛନ୍ତି ସୋର […]
ସୋର : ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣା ,୩ ଦିନ ପରେ ଧରା ହେଲା ଅଭିଯୁକ୍ତ ପ୍ରେମିକ । ଗାଁ ନିକଟରେ ଥିବା ଜଙ୍ଗଲରୁ ଅଭିଯୁକ୍ତ ପ୍ରେମିକ ବିଶ୍ୱରଞ୍ଜନ ପୁହାଣଙ୍କୁ ଗିରଫ କରିଛି ସୋର ପୋଲିସ । ତେବେ ପୋଲିସ ଆସୁଥିବା ଜାଣି ଅଭିଯୁକ୍ତ ବିଷ ପି’ଦେଇ ପୋଖରୀକୁ ଡେଇଁ ପଡିଥିଲା । ଗୁରୁତର ଅବସ୍ଥାରେ ସେଠାରୁ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ । ମୃତା ଯୁବତୀ ହେଉଛନ୍ତି ସୋର ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋତିର୍ମୟୀ ରଣା । ଏକତରଫା ପ୍ରେମରୁ ଏଇଭଳି କାଣ୍ଡ ଘଟାଇଥିଲା ଅଭିଯୁକ୍ତ ।
ଘଟନାନୁସାରେ,ଅଭିଯୁକ୍ତ ବିଶ୍ୱରଞ୍ଜନ ଏବଂ ଜ୍ୟୋତିର୍ମୟୀ କଲେଜ ସାଙ୍ଗ ଥିବାବେଳେ ଉଭୟେ ବେଙ୍ଗଲୁରୁ ରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ତେବେ ଗତ ୨ ମାସ ତଳେ ଜ୍ୟୋତିର୍ମୟୀ ଘରକୁ ଫେରିଆସିଥିଲେ । ତେବେ ବିଶ୍ୱରଞ୍ଜନ, ଜ୍ୟୋତିର୍ମୟୀଙ୍କୁ ବିବାହ କରିବାକୁ ଜିଦ ଧରି ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ । ଏହାକୁ ନେଇ ଜ୍ୟୋତିର୍ମୟୀ କିଛିଦିନ ପୂର୍ବରୁ ଥାନାରେ ଏତଲା ଦେଇଥିଲେ । ଏହାକୁ ନେଇ ବିଶ୍ୱରଞ୍ଜନ ଉତ୍କ୍ଷିପ୍ତ ହୋଇଥିଲେ । ଗତ ସୋମବାର ଜ୍ୟୋତିର୍ମୟୀ ପରିବାର ଲୋକ କୌଣସି କାମରେ ବାହାରକୁ ଯାଇଥିବାବେଳେ ବିଶ୍ୱରଞ୍ଜନ ତାଙ୍କ ଘରେ ପଶି ଜ୍ୟୋତିର୍ମୟୀଙ୍କ ଗଳା କାଟି ଫେରାର ହୋଇଯାଇଥିଲା । ସିସିଟିଭ ଫୁଟେଜ୍ ସଂଗ୍ରହ କରି ହତ୍ୟାକରୀକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା ପୋଲିସ । ଆଜି ଜଙ୍ଗଲରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ




