ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼
ବ୍ରହ୍ମପୁର : ରାଜନୈତିକ ଶତ୍ରୁତାରୁ ସରପଞ୍ଚଙ୍କ ଘରକୁ ବୋମା ମାଡ଼ । ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁରେ ଏହି ବୋମାମାଡ଼ ହୋଇଛି। ଗତ ବିଳମ୍ବିତ ରାତିରେ ସରପଞ୍ଚ ମମତା ନାହାକଙ୍କ ଘର ଉପରକୁ କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡ଼ିଛି । ବୋମା ମାଡ଼ ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । […]
ବ୍ରହ୍ମପୁର : ରାଜନୈତିକ ଶତ୍ରୁତାରୁ ସରପଞ୍ଚଙ୍କ ଘରକୁ ବୋମା ମାଡ଼ । ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁରେ ଏହି ବୋମାମାଡ଼ ହୋଇଛି। ଗତ ବିଳମ୍ବିତ ରାତିରେ ସରପଞ୍ଚ ମମତା ନାହାକଙ୍କ ଘର ଉପରକୁ କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡ଼ିଛି । ବୋମା ମାଡ଼ ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ସେଥିପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ରାଜନୈତିକ ଶତ୍ରୁତା ନା ଅନ୍ୟ କିଛି କାରଣ ତାହା ସ୍ପଷ୍ଟ ହୋଇପାରିନାହିଁ । ଗ୍ରାମରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




