ଦଶପଲ୍ଲାରେ ବୋମାମାଡ଼, ଧରାପଡିଲା ଦୁର୍ବୁତ୍ତ
ନୟାଗଡ଼ : ନୟାଗଡ ଜିଲ୍ଲା ଦଶପଲ୍ଲା ଛକରେ ବୋମାମାଡ଼ । ଗ୍ରାମବାସୀଙ୍କ ହାତରେ ଧରାପଡିଲା ଦୁର୍ବୁତ୍ତ I ଗୋପାଳପୁର ଗାଁର ଶ୍ରୀନିବାସ ବେହେରା ଏହି ବୋମାମାଡ଼ କରିଥିବା ଜଣାପଡିଛି । ଦଶପଲ୍ଲା ଟାକରା ଛକରେ ଥିବା ଶକ୍ତିକାନ୍ତ ଷଡଙ୍ଗୀଙ୍କ ଚା ଦୋକାନ ଓ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘର ଆଗରେ ବୋମାମାଡ କରିଛି ଶ୍ରୀନିବାସ । ବୋମାମାଡରେ ସୁଶାନ୍ତ ଷଡଙ୍ଗୀ ଓ ଶକ୍ତିକାନ୍ତ ଷଡଙ୍ଗୀ ଗୁରୁତର ହୋଇଥିବା ଜଣାପଡିଛି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । […]
ନୟାଗଡ଼ : ନୟାଗଡ ଜିଲ୍ଲା ଦଶପଲ୍ଲା ଛକରେ ବୋମାମାଡ଼ । ଗ୍ରାମବାସୀଙ୍କ ହାତରେ ଧରାପଡିଲା ଦୁର୍ବୁତ୍ତ I ଗୋପାଳପୁର ଗାଁର ଶ୍ରୀନିବାସ ବେହେରା ଏହି ବୋମାମାଡ଼ କରିଥିବା ଜଣାପଡିଛି । ଦଶପଲ୍ଲା ଟାକରା ଛକରେ ଥିବା ଶକ୍ତିକାନ୍ତ ଷଡଙ୍ଗୀଙ୍କ ଚା ଦୋକାନ ଓ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘର ଆଗରେ ବୋମାମାଡ କରିଛି ଶ୍ରୀନିବାସ ।
ବୋମାମାଡରେ ସୁଶାନ୍ତ ଷଡଙ୍ଗୀ ଓ ଶକ୍ତିକାନ୍ତ ଷଡଙ୍ଗୀ ଗୁରୁତର ହୋଇଥିବା ଜଣାପଡିଛି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋମାମାଡ଼ର କାରଣ ଏଯାଏ ଅସ୍ପଷ୍ଟ ରହିଛି । ତଦନ୍ତ ପରେ କାରଣ ଜଣାପଡିବ ବୋଲି କହିଛି ପୋଲିସ୍ । ଏପଟେ ଶ୍ରୀନିବାସ ନାଁରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି। ବୋମାମାଡ ପରେ ଗ୍ରାମବାସୀ ଶ୍ରୀନିବାସକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ।




