ଭୁବନେଶ୍ୱରରେ ବୋମାମାଡ଼
ଭୁବନେଶ୍ୱର: ରାଜଧାନୀରେ ବୋମାମାଡ଼ । ପୂର୍ବ ଶତ୍ରୁତାକୁ ନେଇ ବାପୁଜୀନଗର କେଦାରପଲ୍ଲୀ ବସ୍ତିର ଦୁଇଟି ସ୍ଥାନରେ ହୋଇଛି ବୋମାମାଡ଼। କେଦାରପଲ୍ଲୀ ବସ୍ତିର ଲେନ୍ ୧ ଓ ଶିଶୁଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ବୋମାମାଡ ହୋଇଛି ।ଏଥିରେ ଜଣେ ନାବାଳକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି। ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଖୋଜା ଜାରି ରଖିଛି ପୋଲିସ। ପ୍ରାଥମିକ ସୂଚନାନୁସାରେ […]
ଭୁବନେଶ୍ୱର: ରାଜଧାନୀରେ ବୋମାମାଡ଼ । ପୂର୍ବ ଶତ୍ରୁତାକୁ ନେଇ ବାପୁଜୀନଗର କେଦାରପଲ୍ଲୀ ବସ୍ତିର ଦୁଇଟି ସ୍ଥାନରେ ହୋଇଛି ବୋମାମାଡ଼। କେଦାରପଲ୍ଲୀ ବସ୍ତିର ଲେନ୍ ୧ ଓ ଶିଶୁଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ବୋମାମାଡ ହୋଇଛି ।ଏଥିରେ ଜଣେ ନାବାଳକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି। ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଖୋଜା ଜାରି ରଖିଛି ପୋଲିସ।
ପ୍ରାଥମିକ ସୂଚନାନୁସାରେ ୨ ଗୋଷ୍ଠୀ ମଧ୍ୟରେ ଭାଇଗିରି ପାଇଁ ଏହି କାଣ୍ଡ ଘଟିଥିବା କୁହାଯାଉଛି I ଏହି ଘଟଣା ପରେ କ୍ୟାପିଟାଲ ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଚାରିଆଡ଼େ ମାରାଥନ୍ ରେଡ ଜାରି ରଖିଛି।




