ଜମି ଜମା ବିବାଦକୁ ନେଇ ବୋମାମାଡ଼
ବରୀ: ଜମି ଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ I ବୋମାମାଡ଼ରେ ଦୁଇ ଗୋଷ୍ଠୀରୁ ୮ ରୁ ଉର୍ଧ୍ଵ ବ୍ୟକ୍ତି ଆହତ ହୋଇଛନ୍ତି I ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ରତଳାଙ୍ଗ ଗ୍ରାମରେ I ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଗୋଟିଏ ଅଫୁଟା ବୋମା ଜବତ କରିଛି। ଘଟନାନୁସାରେ, ଦୁଇ ଦଳିତ ଗୋଷ୍ଠି ମଧ୍ୟରେ ଘରୋଇ କଳି ଓ ଜମି ଜମା ବିବାଦକୁ ନେଇ ପୂର୍ବରୁ ବିବାଦ ଚାଲି ଆସୁଥିଲା I ତେବେ […]
ବରୀ: ଜମି ଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ I ବୋମାମାଡ଼ରେ ଦୁଇ ଗୋଷ୍ଠୀରୁ ୮ ରୁ ଉର୍ଧ୍ଵ ବ୍ୟକ୍ତି ଆହତ ହୋଇଛନ୍ତି I ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ରତଳାଙ୍ଗ ଗ୍ରାମରେ I ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଗୋଟିଏ ଅଫୁଟା ବୋମା ଜବତ କରିଛି।
ଘଟନାନୁସାରେ, ଦୁଇ ଦଳିତ ଗୋଷ୍ଠି ମଧ୍ୟରେ ଘରୋଇ କଳି ଓ ଜମି ଜମା ବିବାଦକୁ ନେଇ ପୂର୍ବରୁ ବିବାଦ ଚାଲି ଆସୁଥିଲା I ତେବେ ଏହି ଘଟଣାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇ ବୋମାମାଡ଼ ହୋଇଥିଲା I ଉଭୟ ଗୋଷ୍ଠୀ ତତଫରୁ ବରି ଥାନାରେ ପୃଥକ୍ ପୃଥକ୍ ଲିଖିତ ଅଭିଯୋଗ ହୋଇଥିଲା। ଘଟଣାକୁ ଗୁରୁତ୍ଵ ଦେଇ ପୋଲିସ ତରଫରୁ ଉଭୟ ପକ୍ଷ ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା।
ବୋମାମାଡ଼ ଖବରପାଇ ଏସଡିପିଓ ସତ୍ୟବ୍ରତ ଲେଙ୍କା, ବରୀ ରାମଚନ୍ଦ୍ରପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଚିତ୍ତରଞ୍ଜନ ଜେନାଙ୍କ ସମେତ ପୋଲିସ ଫୋର୍ସ ବୋମା ମାଡ ସ୍ଥାନରେ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି। ଘଟଣାର ତଦନ୍ତ କରାଯାଇ ଖୁବ୍ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ଲେଙ୍କା ଗଣମାଧ୍ୟମକୁ କହିଛନ୍ତି।




