ପୂର୍ବ ଶତ୍ରୁତାରୁ ଗାଁରେ ବୋମାମାଡ଼
ଗଞ୍ଜାମ : ଆଜି ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମାମାଡ଼ । ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ଼ ପରେ ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ରହିଛି। ଦୁଇ ଆହତ ହେଲେ ନିରଞ୍ଜନ ଦାସ (୨୭) ଓ ଶ୍ରୀନିବାସ ଦାସ (୨୫)। ଦୁହେଁ ଘର ପିଣ୍ଡାରେ ବସିଥିବା ବେଳେ ତାଙ୍କ ଉପରକୁ ବୋମାଡ଼ କରି ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ I ପୂର୍ବ ଶତ୍ରୁତା କାରଣରୁ ଏହି ବୋମାମାଡ […]
ଗଞ୍ଜାମ : ଆଜି ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମାମାଡ଼ । ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ଼ ପରେ ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ରହିଛି। ଦୁଇ ଆହତ ହେଲେ ନିରଞ୍ଜନ ଦାସ (୨୭) ଓ ଶ୍ରୀନିବାସ ଦାସ (୨୫)। ଦୁହେଁ ଘର ପିଣ୍ଡାରେ ବସିଥିବା ବେଳେ ତାଙ୍କ ଉପରକୁ ବୋମାଡ଼ କରି ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ I ପୂର୍ବ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ଜଣାଯାଇଛି।
କିଛି ଦିନ ପୂର୍ବରୁ ହରିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଜି ସକାଳେ ଦୁଇଟି ବାଇକରେ କିଛି ଦୁବୃର୍ତ୍ତ ଆସି ବୋମାମାଡ଼ କରିଥିବା ସୂଚନା ମିଳିଛି। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମାମାଡରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲା ବେଳେ ଗାଁର ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି। ଏହି ଘଟଣାରେ ଏଯାଏଁ କେହି ଗିରଫ ହୋଇ ନଥିବା ଜଣାପଡିଛି I




