ପୂର୍ବ ଶତ୍ରୁତାରୁ ବୋମାମାଡ଼

ଭୁବନେଶ୍ୱର : ରାଜଧାନୀରେ ବୋମାମାଡ଼ । ଖଣ୍ଡଗିରି ଥାନା ଏୟାରପୋର୍ଟ ପଛପାଖ ରାସ୍ତାରେ ଏକ ସ୍କୋର୍ପିଓ ୱାରକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୁର୍ତ୍ତ I ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଁଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି । ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବରମୁଣ୍ଡା ଅଞ୍ଚଳରେ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ବୋମାମାଡ଼ । ଖଣ୍ଡଗିରି ଥାନା ଏୟାରପୋର୍ଟ ପଛପାଖ ରାସ୍ତାରେ ଏକ ସ୍କୋର୍ପିଓ ୱାରକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୁର୍ତ୍ତ I ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଁଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବରମୁଣ୍ଡା ଅଞ୍ଚଳରେ ଥିବା ସ୍କର୍ପିଓ ଉପରକୁ ବୋମାମାଡ଼ କରି ଚମ୍ପଟ ମାରିଥିବା ଜଣାଯାଇଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ପୁଲିସ ଗାଡ଼ିକୁ ଜବତ ଘଟଣାର ତଦନ୍ତ କରୁଛି। ଭାଙ୍ଗିଥିବା ଗାଡିଟି ନୟାପଲ୍ଲୀ ଅଞ୍ଚଳର ରାଜେଶ ସାମନ୍ତ ସିଂହାରଙ୍କର ବୋଲି ଜଣା ପଡିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନଥିବାବେଳେ,ଘଟଣା ସମୟରେ ଗାଡ଼ିଟିକୁ କିଏ ଚଳାଉଥିଲେ ତାହା ମଧ୍ୟ ଜଣ ପଡ଼ିନାହିଁ । ଏହି ସବୁ ଘଟଣାର ଖୋଳତାଡ଼ କରୁଛି ଖଣ୍ଡଗିରି ପୋଲିସ ।

Tags: